ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ମାର୍ଟଫୋନ ନିର୍ମାତା କମ୍ପାନି ମୋଟରୋଲା ଏହାର ପପ୍‌ ଅପ୍‌ ସେଲ୍‌ଫି କ୍ୟାମେରା ଥିବା One Hyper ସ୍ମାର୍ଟଫୋନ ଲଞ୍ଚ୍‌ କରିଛି। ଏହି ସ୍ମାର୍ଟଫୋନ୍‌ରେ ଡୁଅଲ ରିୟର କ୍ୟାମେରା ମଡ୍ୟୁଲ ଦିଆଯାଇଛି। ଏଥିରେ ୬୪ ମେଗାପିକ୍ସେଲର ISOCELL Bright GW1 ସେନ୍ସର ଦିଆଯାଇଛି। ବିଶେଷକରି ଫଟୋଗ୍ରାଫିକୁ ଗୁରୁତ୍ୱ ଦିଆଯାଇ ଏହାକୁ ଲଞ୍ଚ୍‌ କରାଯାଇଛି।

Motorola One Hyper ସ୍ମାର୍ଟଫୋନ୍‌ର ମୂଲ୍ୟ ଭାରତୀୟ ମୁଦ୍ରା ଅନୁଯାୟୀ, ୨୮,୬୦୦ଟଙ୍କା ହେବ। ୟୁରୋପ୍‌ ଏବଂ ଲାଟିନ୍ ଆମେରିକା ଭଳି କିଛି ଦେଶରେ ଏହି ସ୍ମାର୍ଟଫୋନର ବିକ୍‌ରି ଆରମ୍ଭ ହେବ। ତେବେ ଭାରତରେ ଏହା ହେବେ ଲଞ୍ଚ୍‌ ହେବ ସେନେଇ କୌଣସି ସୂଚନା ଦିଆଯାଇନାହିଁ।

ଏହି ସ୍ମାର୍ଟଫୋନ୍‌ରେ ୪ଜିବି ରାମ୍‌ ଦିଆଯାଇଥିବା ବେଳେ ୧୨୮ ଜିବି ଇଣ୍ଟର୍ଣ୍ଣାଲ ଷ୍ଟୋରେଜ ଦିଆଯାଇଛି। ଏହାକୁ ୧ଟିବି ପର୍ଯ୍ୟନ୍ତ ବଢ଼ାଟାଇ ପାରିବ। ଏହି ସ୍ମାର୍ଟଫୋନ୍‌କୁ ଆଣ୍ଡ୍ରଏଡ୍‌ ୧୦ ସହ ଲଞ୍ଚ୍‌ କରାଯାଇଛି।

ସ୍ପେସିଫିକେସନ

  • ୬.୫ ଇଞ୍ଚ୍‌ ଫିଲ ଏଚ୍‌ଡି ପ୍ଲସ ଡିସ୍‌ପ୍ଲେ
  • କ୍ୱାଲକମ୍‌ ସ୍ନାପ୍‌ଡ୍ରାଗନ ୬୭୫ ପ୍ରୋସେସର
  • ରିୟର ଫିଙ୍ଗରପ୍ରିଣ୍ଟ ସେନ୍ସର
  • ୪ ହଜାର ଏମ୍‌ଏଏଚ୍‌ ବ୍ୟାଟେରୀ
  • ୪୩ ୱାଟ୍‌ ଫାଷ୍ଟ ଚାର୍ଜିଂ ସପୋର୍ଟ
  • ଆଣ୍ଡ୍ରଏଡ୍‌ ୧୦

Comment