ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୋବାଇଲ କମ୍ପାନି ଜିଓ ତାର ଗ୍ରାହକଙ୍କ ପାଇଁ ପୁଣି ଚାରୋଟି ନୂଆ ଅଲ-ଇନ୍-ୱାନ୍ ପ୍ଲାନ ଆରମ୍ଭ କରିଛି। ଏହି ନୂଆ ପ୍ଲାନର ମୂଲ୍ୟ ୭୫ ଟଙ୍କାରୁ ଆରମ୍ଭ ହୋଇ ୧୮୫ ଟଙ୍କା ପର୍ଯ୍ୟନ୍ତ ରହିଛି। ତେବେ ଏହି ପ୍ଲାନ କେବଳ ଜିଓ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ।

ଏହି ପ୍ଲାନରେ ଜଣେ ଗ୍ରାହକ ୭୫ ଟଙ୍କା ରିଚାର୍ଜ କରି ମାସକୁ ମୋଟ ୩ ଜିବି ଡାଟା ବାଲାନ୍ସ ପାଇବା ସହ ଅନ୍ୟ ନେଟୱାର୍କକୁ ୫୦୦ ମିନିଟ୍ ମାଗଣା କଲ କରିପାରିବେ।

ସେହିପରି ୧୨୫ ଟଙ୍କାର ପ୍ଲାନରେ ଗ୍ରାହକ ୧୪ ଜିବି ଡାଟା, ୧୫୫ ଟଙ୍କାର ପ୍ଲାନରେ ୨୮ ଜିବି ଡାଟା ଏବଂ ୧୮୫ ଟଙ୍କା ପ୍ଲାନରେ ୫୬ ଜିବି ଡାଟା ମିଳିବ। ଏହାସହିତ ପ୍ରତ୍ୟେକ ପ୍ଲାନରେ ଅନ୍ୟ ନେଟୱାର୍କକୁ ୫୦୦ ମିନିଟ୍ ମାଗଣା କଲ ହେଇପାରିବ। ପୂର୍ବଭଳି ଜିଓ ରୁ ଜିଓ ନେଟୱାର୍କକୁ ଗ୍ରାହକମାନେ ମାଗଣା କଲ୍ କରିପାରିବେ।

Comment