ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁର: ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାଶ ଶନିବାର ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ରୋଗୀ ଓ ତାଙ୍କ ସମ୍ପର୍କିୟଙ୍କୁ ଭେଟିଥିବା ବେଳେ ବିଭିନ୍ନ ୱାର୍ଡ ପରିଦର୍ଶନ କରିଥିଲେ। ରୋଗୀଙ୍କୁ କିପରି ସେବା ଦିଆଯାଉଛି ଓ ଚିକିତ୍ସାଳୟରେ କର୍ମଚାରୀଙ୍କ ଆଚରଣ କେତେ ସନ୍ତୋଷଜନକ ତାହା ମଧ୍ୟ ପଚାରି ବୁଝିଥିଲେ।

ମନ୍ତ୍ରୀଙ୍କ ସହ ବିହନ ନିଗମ ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପାଡାଲ  ପ୍ରମୁଖ ସାମିଲ ଥିଲେ। ଚିକିତ୍ସାଳୟର ପରିଦର୍ଶନ କରିବା ପରେ ମନ୍ତ୍ରୀ ମେଡିକାଲ ପରିସରରେ ଥିବା ଆହାର କେନ୍ଦ୍ରରେ ଭୋଜନ କରିଥିଲେ। ଖାଦ୍ୟର ମାନ ଯାଞ୍ଚ କରିବା ସହ ଚିକିତ୍ସାଳୟରେ ସମସ୍ତ କାର୍ଯ୍ୟ ସନ୍ତୋଷଜନକ ଥିବା ମନ୍ତ୍ରୀ କହିଛନ୍ତି।

Comment