ଓଡ଼ିଶାଲାଇଭ ବ୍ୟୁରୋ

ତଦନ୍ତରେ ଅବହେଳା କରିବା ଭାରି ପଡ଼ିଲା ଜଣେ ମହିଳା ଏସ୍‌ଆଇଙ୍କ ଉପରେ। ଏନେଇ ତାଙ୍କୁ ଚାକିରିରୁ ନିଲମ୍ଵନ କରାଯାଇଛି। ନିଲମ୍ଵିତ ଏସଆଇ ଜଣକ ହେଉଛନ୍ତି ଅନୁଗୁଳ ଜିଲ୍ଲା କୋଲିଆରି ଥାନାର ସୁମିତ୍ରା ପାତ୍ର।

କିଛି ଦିନ ତଳେ ଜଣେ ମହିଳା ଥାନାରେ ଯୌତୁକ ନିର୍ଯାତନା ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଦାୟିତ୍ଵରେ ସୁମିତ୍ରା ପାତ୍ର ଥିଲେ। ହେଲେ ଅଭିଯୋଗର ପରେ ବି ମହିଳାଙ୍କୁ ନ୍ୟାୟ ନମିଳିବାରୁ ପଡ଼ିତା ଜଣକ ଆତ୍ମହତ୍ୟା କରିଥିଲେ।

ପରେ ଏହି ଘଟଣାର ତଦନ୍ତ ହେବା ପରେ ମହିଳା ଏସଆଇଙ୍କୁ ନିଲମ୍ଵିତ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଉତ୍ତରକେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ।

Comment