ଓଡ଼ିଶାଲାଇଭ୍ ବ୍ୟୁରୋ

Ironman of India - Sardar Vallabhbhai Patel

ନାଁ ତାଙ୍କର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ। ସ୍ୱାଧୀନ ଭାରତର ସେ ଥିଲେ ପ୍ରଥମ ଉପ-ପ୍ରଧାନମନ୍ତ୍ରୀ। ଭାରତରେ ଥିବା ଗଡ଼ଜାତ ଅଞ୍ଚଳ ଓ ସ୍ୱାଧୀନ ରାଜ୍ୟକୁ ଭାରତ ସହ ମିଶାଇବାରେ ସେ ନେଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା। ସାରା ଭାରତ ବର୍ଷରେ ଜଣେ ଲୌହମାନବ ଭାବେ ପରିଚିତ ସର୍ଦ୍ଦାର ପଟେଲ।

ଆଧୁନିକ ଭାରତର ଗଠନକାରୀ ସର୍ଦ୍ଦାର ପଟେଲ ଅକ୍ଟୋବର ୩୧ ତାରିଖ ଆଜିର ଦିନରେ ଗୁଜୁରାଟରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କର ୧୪୪ ତମ ପୁଣ୍ୟ ଜନ୍ମତିଥିକୁ ସାରା ଭାରତରେ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଉଛି।

ଗୁଜୁରାଟର ଗୋଟିଏ ସାଧାରଣ ପରିବାରରୁ ଆସିଥିବା ସର୍ଦ୍ଦାର ପଟେଲ ସ୍ୱାଧୀନ ଭାରତର ଜଣେ ମହାନ ଜନନେତା ହୋଇପାରିଥିଲେ। ତାଙ୍କର ଦୃଢ଼ ସଂକଳ୍ପ ବଳରେ ଭାରତରେ ୫୬୫ଟି ସ୍ୱାଧୀନ ଗଡ଼ଜାତ ରାଜ୍ୟ ମିଶିଥିଲେ। ସେଥିପାଇଁ ତାଙ୍କୁ ଏକତାର ପ୍ରତୀକ ବୋଲି ମଧ୍ୟ କୁହାଯାଇଥାଏ।

ଗତବର୍ଷ ତାଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଗୁଜୁରାଟର ନର୍ମଦା ନଦୀ ତଟରେ ତାଙ୍କର ୧୮୨ ମିଟର ଉଚ୍ଚ ପ୍ରତିମାର ଲୋକାର୍ପିତ କରିଥିଲେ। ଯାହାକୁ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ କୁହାଯାଉଛି।

Comment