ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶର ସ୍ଵାଧିନତାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଆଜି ହେଉଛି ୬୯ତମ ତିରୋଧାନ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପଟେଲଙ୍କ ରାଷ୍ଟ୍ର ସେବା ଆମ ପାଇଁ ପ୍ରେରଣା ବୋଲି ମୋଦୀ କହିଛନ୍ତି।

୧୮୭୫ ମସିହାରେ ୩୧ ଅକ୍ଟୋବର ଗୁଜୁରାଟର ଏକ କୃଷକ ପରିବାରରେ ପଟେଲ ଜନ୍ମଗ୍ରହଣ କରିଥିଲେ। ପଟେଲ ଦେଶର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ହୋଇଥିଲେ। ଦେଶର ରାଜନୈତିକ କ୍ଷେତ୍ରରେ ତାଙ୍କର ଅନେକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଥିଲା।

ଭାରତ ରତ୍ନରେ ସମ୍ମାନିତ ପଟେଲ ୧୯୫୦ ମସିହା ଡିସେମ୍ବର ୧୫ ତାରିଖରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ଦେଶର ଏକତା କ୍ଷେତ୍ରରେ ତାଙ୍କର ଯୋଗଦାନକୁ ମନେ ରଖିବା ପାଇଁ ଗୁଜୁରାଟର ନର୍ମଦା ନଦୀ ପାଖରେ ତାଙ୍କର ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି।

୨୦୧୮ ଅକ୍ଟୋବର ୩୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଟେଲଙ୍କ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟର ଲୋକାର୍ପଣ କରିଥିଲେ।

Comment