ଓଡ଼ିଶାଲାଇଭ୍ ବ୍ୟୁରୋ

Ironman of India - Sardar Vallabhbhai Patel

ଦେଶର ସ୍ଵାଧିନତାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଆଜି ହେଉଛି ୬୮ତମ ତିରୋଧାନ ଦିବସ।

୧୮୭୫ ମସିହାରେ ୩୧ ଅକ୍ଟୋବର ଗୁଜୁରାଟର ଏକ କୃଷକ ପରିବାରରେ ପଟେଲ ଜନ୍ମଗ୍ରହଣ କରିଥିଲେ। ପଟେଲ ଦେଶର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ହୋଇଥିଲେ। ଦେଶର ରାଜନୈତିକ କ୍ଷେତ୍ରରେ ତାଙ୍କର ଅନେକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଥିଲା।

ଭାରତ ରତ୍ନରେ ସମ୍ମାନିତ ପଟେଲ ୧୯୫୦ ମସିହା ଡିସେମ୍ବର ୧୫ ତାରିଖରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ଦେଶର ଏକତା କ୍ଷେତ୍ରରେ ତାଙ୍କର ଯୋଗଦାନକୁ ମନେ ରଖିବା ପାଇଁ ଗୁଜୁରାଟର ନର୍ମଦା ନଦୀ ପାଖରେ ତାଙ୍କର ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି।

୨୦୧୮ ଅକ୍ଟୋବର ୩୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଟେଲଙ୍କ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟର ଲୋକାର୍ପଣ କରିଥିଲେ।

ପଟେଲଙ୍କ ତିରୋଧାନ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଗୁଜୁରାଟର ନର୍ମଦା ଜିଲ୍ଲା କେବାଡିଆଠାରେ ଏକ ରେଳ ଷ୍ଟେସନର ଶିଳାନ୍ୟାସ କରିବାର ଯୋଜନା ରହିଥିଲା । ଏହି କାଯ୍ୟକ୍ରମରେ କେନ୍ଦ୍ର ରେଳ ମନ୍ତ୍ରୀ ପିୟୂଷ ଗୋଏଲ, ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଥିଲା।

ତେବେ ଏହି ରେଳ ଷ୍ଟେସନ ନିର୍ମାଣ କାର୍ଯ୍ୟ ୨୦୧୯ ସେପ୍ଟେମ୍ବର ମାସରୁ ହେବ। ଏହି ରେଳ ଷ୍ଟେସନ ନିର୍ମାଣରେ ୨୦ କୋଟି ଟଙ୍କାର ବ୍ୟୟର ଆକଳନ କରାଯାଇଛି। ପଶ୍ଚିମ ରେଳ ବିଭାଗର ମୁଖ୍ୟ ଜନ ସମ୍ପର୍କ ଅଧିକାରୀ ରବିନ୍ଦ୍ର ଭାକର ଶୁକ୍ରବାରଏହି ସୂଚନା ଦେଇଥିଲେ। ଷ୍ଟାଚ୍ୟୁ ଅଫ୍ ୟୁନିଟଠାରୁ ମାତ୍ର ୩.୫ କିମି ଦୂରରେ ଏହା ପ୍ରଥମ ରେଳ ଷ୍ଟେସନ ହେବ।

ଗୁଜୁରାଟର ନର୍ମଦା ଘାଟିରେ ସ୍ଥାପିତ ଦୁନିଆଁର ସବୁଠୁ ଉଚ୍ଚା ମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟ ପଯ୍ୟନ୍ତ ସହଜରେ ପହଞ୍ଚିବା ପାଇଁ ରେଳ ବିଭାଗ ଏହି ନୂଆ ପଦକ୍ଷେପ ନେଇଛନ୍ତି।

ଏଥିସହ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ତିରୋଧାନ ଦିବସରେ ଏହାର ଶିଳାନ୍ୟାସ କରିବାର ଲକ୍ଷ୍ୟ ରଖାଯାଇଥିଲା।

Comment