ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା: ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଦିବାକର ନାୟକ ଓରଫ୍ ଚଗଲାକୁ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଅତିରିକ୍ତ ଦୌରା ଜଜ୍‌। ଏହସହିତ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ନଦେଇ ପାରିଲେ ଆଉ ଅଧିକ ୩ ମାସ ଜେଲରେ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଘଟଣାଟି ଘଟିଥିଲା ଗତ ୨୦୧୫ ମସିହା ଅକ୍ଟୋବର ୨୩ ତାରିଖରେ। ଜଣେ ନାବାଳିକା କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଠାକୁରହାଟକୁ ସାଇକେଲରେ ଆସି ଘରକୁ ଫେରୁଥିଲେ। ଠାକୁରହାଟ ଗାଁର ଚଗଲା ଓରଫ ଦିବାକର ନାୟକ ନାମକ ଜଣେ ଯୁବକ ସମ୍ପୃକ୍ତ ନାବାଳିକାଙ୍କୁ ଏକ ନିରୋଳା ସ୍ଥାନକୁ ଡାକିନେଇ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

କେନ୍ଦ୍ରାପଡା ସଦର ଥାନା ପୋଲିସ ୧ବର୍ଷ ପରେ ଦିବାକରକୁ ଗିରଫ କରିଥିଲା। ଦବାକର ବିରୋଧରେ ପୋଲିସ ଭାରତୀୟ ଦଣ୍ଡବିଧି ଆଇନର ୩୭୬(୨) ଓ ୪ ପୋକ୍ସୋ ଦଫାରେ ମାମଲା ରୁଜୁ କରିଥିଲା। ତଦନ୍ତ କରି ପୀଡିତା ଓ ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା କରିଥିଲା।

୪ ବର୍ଷ ହେଲା ଏହି ମାମଲା କୋର୍ଟରେ ଚାଲିଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି କେନ୍ଦ୍ରାପଡା ଜିଲ୍ଲା ଅତିରିକ୍ତ ଦୌରଜଜ୍ ଏମ୍ ଆର୍ ଦୋରା ଏହି ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ଚଗଲା ଓରଫ ଦିବାକର ନାୟକ କେନ୍ଦ୍ରାପଡା ଜିଲ୍ଲା ଉପକାରାଗାରରେ ୩ ବର୍ଷ ଧରି ସଜା କାଟୁଥିଲା।

Comment