ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ରାଜ୍ୟର ଯେକୌଣସି ଆର୍‌ଟିଓରୁ ମିଳିପାରିବ ଡ୍ରାଇଭିଂ ଲାଇସେନ୍ସ, ଲଣ୍ଣିଂ ଲାଇସେନ୍ସ। ରାଜ୍ୟର ସମସ୍ତ ଆରଟିଓରେ ଡ୍ରାଇଭିଂ ଲାଇସେନ୍ସ ଏବଂ ଲର୍ଣ୍ଣଂ ଲାଇସେନ୍ସ କରିବା ପାଇଁ ଆବେଦନ କରିପାରିବେ। ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

କେବଳ ଡ୍ରାଇଭିଂ ଲାଇସେନ୍ସ ନୁହେଁ, ଗାଡ଼ି ରେଜିଷ୍ଟ୍ରେସନ୍‌ କରିବା ପାଇଁ ମଧ୍ୟ ସମସ୍ତ ଆରଟିଓରେ ଆବେଦନ କରିପାରିବେ।

ପୂର୍ବରୁ ଗୋଟିଏ ଆର୍‌ଟିଓ ଅଫିସ୍‌ ସମ୍ନାରେ ସମସ୍ତଙ୍କ ଭିଡ଼ ଲାଗୁଥିବାରୁ ପରିବହନ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

ଅନ୍ୟପଟେ ସେପ୍ଟେମ୍ବର ଏବଂ ଅକ୍ଟୋବର ମାସରେ ମୋଟ୍‌ ୩.୫୧ ଲକ୍ଷ ଲର୍ଣ୍ଣିଂ ଲାଇସେନ୍ସ ଇସ୍ୟୁ ହୋଇଛି।

Comment