ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ଟିକିରି ନିକଟସ୍ଥ ଡୁଡୁକାବାହାଲ ପଞ୍ଚାୟତର କୁନ୍ଦୁପୁଟ ଗାଁରେ ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି କୁନ୍ଦୁପୁଟ ଗାଁର ସୁଧିର ମାଝୀ।

ଶନିବାର ରାତି ପ୍ରାୟ ୨ଟା ବେଳେ ସୁଧିର ନିଜ ଶ୍ଵଶୁର ଘର ପାନବନ୍ଧରୁ ଗାଁକୁ ଫେରୁଥିଲେ। ଫେରିବା ବାଟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ସାଙ୍ଗରେ ଥିବା ବାଲିଆଖଡ଼ା ଗ୍ରାମର ୨ଜଣ ଗୁରୁତର ଆହାତ ହୋଇଥଇବା ସୂଚନା ମିଳିଛି।

ତେବେ ଏହା କିଛି ନୂଆ ଘଟଣା ନୁହେଁ। ଏହି ଅଞ୍ଚଳରେ ଏମିତି ଥର ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେବା ସହ ଅଞ୍ଚଳରେ ବିଦ୍ୟୁତ୍ ସମସ୍ୟା ଦେଖାଦେଇଛି। ଏନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣା କରାଯାଉଥିଲେ ମଧ୍ୟ କୌଣସଇ ସୁଫଳ ମିଳୁନାହିଁ। ତେବେ ଏହି ଘଟଣାର ତଦନ୍ତ କରାଯାଇ ଦୋଷୀକୁ ଉଚିତ୍‌ ଦଣ୍ଡ ଦିଆଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

Comment