ଓଡ଼ିଶାଲାଇଭ୍ ବ୍ୟୁରୋ

ମୋବାଇଲ ନମ୍ବର ପୋର୍ଟିଂ ପାଇଁ ଟେଲିକମ ପ୍ରାଧିକରଣ ବା ଟ୍ରାଇ ଆସନ୍ତା ୧୧ ତାରିଖରୁ ନୂଆ ନିୟମ ଆଣିବାକୁ ଯାଉଛି। ଏହା ଦ୍ୱାରା ଗ୍ରାହକ ଉପକୃତ ହେବେ। ପୁରୁଣା ନିୟମ ଅନୁଯାୟୀ ଗୋଟିଏ ନେଟୱର୍କରୁ ଆଉ ଗୋଟିଏ ନେଟୱର୍କକୁ ଯିବାକୁ ହେଲେ ଅତି କମରେ ୭ ଦିନ ସମୟ ଲାଗୁଥିଲା। ଏବେ ଏହି ଅବଧି କମି ଦୁଇ ଦିନ ହେବ। ଟ୍ରାଇ ମତରେ ପୋର୍ଟିଂ ଅନୁମତି ପ୍ରଦାନ ପାଇଁ ଟେଲିକମ କମ୍ପାନି ଅଯଥା ସମୟ ନେଉଥିଲେ। ନୂଆ ନିୟମ ଲାଗୁ ହେଲେ ଯଥା ଶୀଘ୍ର ଗ୍ରାହକ ଗୋଟିଏ ନେଟୱର୍କରୁ ଅନ୍ୟ ନେଟୱର୍କକୁ ଯାଇପାରିବେ।
ତେବେ ଟ୍ରାଇ ନୂଆ ନିୟମ ଲାଗୁ ହେବା ପର୍ଯ୍ୟନ୍ତ କୌଣସି ପୋର୍ଟିଂକୁ ଅନୁମତି ନଦେବା ପାଇଁ ସ୍ଥିର କରିଛି। ଅର୍ଥାତ ନଭେମ୍ବର ୪ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ କେହି ୧୯୦୦ ନମ୍ବରରେ ପୋର୍ଟିଂ ପାଇଁ ମ୍ୟାସେଜ କରିପାରିବେ ନାହିଁ। ଯିଏ ନେଟୱର୍କ ବଦଳାଇବା ପାଇଁ ଚାହିଁବେ ୧୧ ତାରିଖ ପରେ ହିଁ କରିପାରିବେ।


















