ଓଡ଼ିଶାଲାଇଭ୍ ବ୍ୟୁରୋ

ଏସ୍‌ସିବିରେ 5-T ଭି.କେ ପାଣ୍ଡିଆନ୍‌। ମୋ ସରକାରର କାର୍ଯ୍ୟ କିପରି ହେଉଛି, ସେ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ପାଣ୍ଡିଆନ୍‌ ଓ ତାଙ୍କ ଟିମ୍‌ ରାଜ୍ୟର ବିଭିନ୍ନ ଡାକ୍ତରଖାନା ଗସ୍ତ କରୁଛନ୍ତି। ସେହିପରି ଆଜି ସକାଳୁ କଟକ ଏସ୍‌ସିବି ମେଡିକାଲରେ 5-T ସଚିବ ଓ ତାଙ୍କ ଟିମ୍‌ ପହଞ୍ଚି ସ୍ୱାସ୍ଥ୍ୟସେବାର ସ୍ଥିତି ଯାଞ୍ଚ କରିଥିଲେ। ମେଡିକାଲର ବିଭିନ୍ନ ଓ୍ୱାର୍ଡ ବୁଲି ରୋଗୀଙ୍କ ସହ ଆଲୋଚନା କରିଥିଲେ।

ପାଣ୍ଡିଆନ୍‌ଙ୍କ ସହ ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ର ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ, କଟକ ଜିଲ୍ଲାପାଳ ଭବାଦୀ ଶଙ୍କର ଚଇନି, ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ମଧ୍ୟ ଗସ୍ତ କରିଥିଲେ।

ଏସ୍‌ସିବି ମେଡିକାଲର ଡିନ୍‌ ଜୟଶ୍ରୀ ମହାନ୍ତି, ସୁପରିଟେନ୍‌ଡେଣ୍ଟ ସରୋଜ ସାହୁଙ୍କ ସହ ହସ୍ପିଟାଲ ସମ୍ବନ୍ଧିୟ ଆଲୋଚନା କରିଥିଲେ।

Comment