ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ୫-ଟି ସଚିବ ଭି କେ ପାଣ୍ଡିଆନ ମଙ୍ଗଳବାର ପ୍ରତ୍ୟୁଷରେ ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ପୀଠକୁ ଯାଇ ମା’ ସାରଳାଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଛନ୍ତି। ଏହି ଅବସରରେ ମା’ ସାରଳାଙ୍କ ପୀଠର ବିକାଶ ସମ୍ପର୍କରେ ସେବାୟତ, ସ୍ଥାନୀୟ ଜନସାଧାରଣ ଓ ଜିଲ୍ଲା ପ୍ରଶାସନ ସହ ଭି କେ ପାଣ୍ଡିଆନ ଆଲୋଚନା କରିଛନ୍ତି।

ଝଙ୍କଡ଼ ହେଉଛି ଓଡ଼ିଶାର ଏକ ପ୍ରସିଦ୍ଧ ଶକ୍ତି ପୀଠ। ମା’ ସାରଳାଙ୍କ ଆଶୀର୍ବାଦରୁ ଏହି ପୀଠରୁ ଆଦି କବି ସାରଳା ଦାସ ସାରଳା ମହାଭାରତ ରଚନା କରିଥିଲେ। ପ୍ରତିଦିନ ଏହି ପୀଠକୁ ମା’ଙ୍କ ଦର୍ଶନ ନିମନ୍ତେ ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ଆଗମନ ହୋଇଥାଏ। ଶ୍ରଦ୍ଧାଳୁଙ୍କ ସୁବିଧା ଦୃଷ୍ଟିରୁ ଏହି ପୀଠର ବିକାଶ ଜାରୁରୀ ହୋଇପଡ଼ିଛି।

ମା’ ସାରଳାଙ୍କ ପୀଠର ଆବଶ୍ୟକ ବିକାଶ ପାଇଁ ତୁରନ୍ତ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ୫-ଟି ମଡେଲରେ ଏହା କାର୍ଯ୍ୟକାରୀ କରାଯିବ। ୫-ଟି ସଚିବଙ୍କ ଏହି ଗସ୍ତ ଅବସରରେ ଜଗତସିଂହପୁର ଜିଲ୍ଲାପାଳ ସୁଶ୍ରୀ ପାରୁଲ ପାଟୱାରୀ ଓ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Tags: #5TSecretary #VKPandian #Jagatsingpur #JhankadSarala #MaaSaralaTemple

Comment