ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭବାନୀପାଟଣାରୁ ୪ ଜଣ ହାତୀ ଦାନ୍ତ ଓ ବାଘ ଚମଡ଼ା ବେପାରୀଙ୍କୁ ଧରିଛି କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍ ଟିମ୍‌। ରାକେଟର ପର୍ଦ୍ଦାଫାସ କରିବା ପାଇଁ ଏସ୍‌ଟିଏଫ୍‌ ଟିମ୍‌ ଗ୍ରାହକ ହୋଇ ବେପାରୀଙ୍କ ପାଖରେ ପହଞ୍ଚିଥିଲା।

ଏହି ସମୟରେ ରାକେଟର ୪ ଜଣଙ୍କୁ ଗିରଫ କରିବାରେ ଏସ୍‌ଟିଏଫ୍‌ ଟିମ୍‌ ସଫଳ ହୋଇଛି। ଗିରଫ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଭୁବନେଶ୍ୱର ଆଣୁଛନ୍ତି।

ଅଭିଯୁକ୍ତଙ୍କ ନିକଟରୁ ବାଘ ଚମଡ଼ା, ହାତୀ ଦାନ୍ତ ଜବତ ହୋଇଛି।

Comment