ଓଡ଼ିଶାଲାଇଭ ବ୍ୟୁରୋ

ଆଜମେର-ପୁରୀ ଏକ୍ସପ୍ରେସ୍‌ ଇଞ୍ଜିନ୍‌ରେ ଲାଗିଲା ନିଆଁ। ଏପରି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ହଣ୍ଡପା ଷ୍ଟେସନ ନିକଟରେ। ନିଆଁ ଲାଗିବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଆଁର କ୍ଷୟକ୍ଷତି ହେବାର ସୂଚନା ମିଳିପାରିନାହିଁ।

ଅନୁଗୁଳ ଜିଲ୍ଲା ହଣ୍ଡପା ଷ୍ଟେସନ ନିକଟରେ ଆଜମେର-ପୁରୀ ଏକ୍ସପ୍ରେସ୍ରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ପରେ ଅଗ୍ନିଶମ ବାହିନୀ ହଣ୍ଡପା ଷ୍ଟେସନରେ ଟ୍ରେନ ଇଞ୍ଜିନରୁ ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲିଭିବା ପରେ ଟ୍ରେନ ପୁଣି ଚାଲିଥିବା ଜଣାପଡ଼ିଛି।

Comment