ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ଵରରେ ଶୁଭିଲା ଗୁଳିର ଗର୍ଜନ। ଦୁର୍ବୃତ୍ତଙ୍କ ଗୁଳିରେ ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ଘଟିଛି ଭୁବନେଶ୍ଵର ଅନ୍ତର୍ଗତ ସରକନ୍ତରାରେ।

ସରକନ୍ତରାରେ ବାପା, ପୁଅଙ୍କ ଉପରକୁ ଦୁର୍ବୃତ୍ତ ଗୁଳିମାଡ଼ କରି ଫେରାର ହୋଇଯାଇଛି। ମୃତକ ଯୁବକ ଜଣକ ହେଉଛନ୍ତି ଅନୀଲ ଜେନା। ଗୁଳିମାଡ଼ରେ ତାଙ୍କ ବାପା ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

ଜମିବାଡ଼ି ବିବାଦ, ନିଶା କାରବାରକୁ ନେଇ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comment