ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ୍ ଦଳ କିଙ୍ଗ୍ସ ଇଲେଭେନ୍ ପଞ୍ଜାବରୁ ବାହାରିଛନ୍ତି ଅଫ୍ ସ୍ପିନର୍ ଆର.ଅଶ୍ୱିନୀ। ଏନେଇ ଦଳର ମାଲିକ ନେସ୍ ୱାଡ଼ିଆ ସୂଚନା ଦେଇଛନ୍ତି।ଏଣିକି ଆଇପିଏଲରେ ଆର ଅଶ୍ୱିନୀଙ୍କୁ ପଞ୍ଜାବ ଦଳରେ ଦେଖିବାକୁ ମିଳିବନି। ଦଳ ତାଙ୍କୁ ବିଦାୟ ଜଣାଇଛି। ଅଶ୍ୱିନୀଙ୍କୁ ଦଳରୁ ବିଦାୟ ଜଣାଇବା ପରେ କେ.ଏଲ୍ ରାହୁଲଙ୍କୁ ନୂଆ ନେତୃତ୍ୱ ଦେବାକୁ ଦଳ ଚିନ୍ତା କରୁଛି। ଅଶ୍ୱିନୀଙ୍କୁ ୨୦୧୮ରେ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ୭.୬ କୋଟିରେ କିଣିଥିଲା। ଏହାପରେ ଦଳ ତାଙ୍କୁ ଅଧିନାୟକ ପଦର ମଧ୍ୟ ଦାୟିତ୍ୱ ଦେଇଥିଲା। ହେଲେ ଗତ ଦୁଇ ସିଜିନରେ ଦଳର ପ୍ରଦର୍ଶନ ସେଭଳି ଆଖିଦୃଶିଆ ହୋଇପାରିନଥିଲା। ତେଣୁ ଦଳ ତାଙ୍କୁ ବିଦାୟ ଜଣାଇଛି।ତେବେ ଅଶ୍ୱିନୀ ଖୁବଶୀଘ୍ର ଆଇପିଏଲ ଦଳ ଦିଲ୍ଲୀ କ୍ୟାପିଟାଲ୍ସରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ଦିଲ୍ଲୀ ଦଳ ସହ ତାଙ୍କର ସମସ୍ତ କଥାବାର୍ତ୍ତା ଶେଷ ହୋଇଯାଇଛି। ଖୁବଶୀଘ୍ର ଏନେଇ ବିଧିବଦ୍ଧ ଘୋଷଣା ହେବ।

Comment