ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତ୍ୟା ‘ବୁଲ୍‌ବୁଲ୍‌’ ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହୋଇଛି। ତେବେ ଓଡ଼ିଶାରେ ଏହାର କ’ଣ ପ୍ରଭାବ ରହିବ ତାକୁ ନେଇ ଓଡ଼ିଶାଲାଇଭ୍‌ରେ ପଢ଼ନ୍ତୁ ବାତ୍ୟା ସମ୍ପର୍କରେ ତାଜା ଖବର।

ଧାମରା ଉପକୂଳ ଦେଇ ଯିବ ବାତ୍ୟା ‘ବୁଲ୍‌ବୁଲ୍‌’ – ୫ ଜିଲ୍ଲାରେ ପ୍ରବଳ ବର୍ଷା, ପବନ

ଓଡ଼ିଶା ପ୍ରତି ବାତ୍ୟା ବୁଲ୍‌ବୁଲ୍‌ର ବିଶେଷ ବିପଦ ନାହିଁ। ହେଲେ ଧାମରା ଉପକୂଳରୁ ମାତ୍ର ୧୦୦ କିଲୋମିଟର ଦୂରରେ ବାତ୍ୟା ଅତିକ୍ରମ କରିବାର ଥିବାରୁ ୫ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାସହ ପବନ ହେବାର ମଧ୍ୟ ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ହବିବୁର ରେହମାନ କହିଛନ୍ତି।

ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ବିଶେଷକରି ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ଏବେ ୩୫ରୁ ୪୦ କିଲୋମିଟର ବେଗରେ ପବନ ବହୁଛି। ଏହା ବଢ଼ି ୫୫ କିଲୋମିଟର ହେଉଛି। ଶନିବାର ସକାଳୁ ପବନର ବେଗ ବଢ଼ିପାରେ ବୋଲି ହବିବୁର ରେହମାନ ସୂଚନା ଦେଇଛନ୍ତି।

ସୁନ୍ଦରବନ ମୁହାଁ ବାତ୍ୟା ବୁଲ୍‌ବୁଲ୍‌

ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ‘ବୁଲ୍‌ବୁଲ୍‌’ ଏବେ ବାତ୍ୟା ରୁପ ନେଇ ପଶ୍ଚିମବଙ୍ଗ-ବାଲାଂଦେଶ ଆଡ଼କୁ ମାଡ଼ି ଚାଲିଛି। ବର୍ତ୍ତମାନର ତାଜା ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ଘଣ୍ଟାକୁ ୧୨ କିଲୋମିଟର ବେଗରେ ବୁଲ୍‌ବୁଲ୍‌ ସ୍ଥଳଭାଗ ଆଡ଼କୁ ମାଡ଼ି ଚାଲିଛି। ଏହା ପଶ୍ଚିମବଙ୍ଗର ସୁନ୍ଦରବନଠାରେ ଲ୍ୟାଣ୍ଡପଲ୍‌ କରିବ।

ଆସନ୍ତା ୧୦ ତାରିଖରେ ପଶ୍ଚିମବଙ୍ଗର ସାଗର ଆଇଲାଣ୍ଡ ଏବଂ ବାଂଲାଦେଶର ଖେପୁପୁରା ମଧ୍ୟରେ ସୁନ୍ଦରବନରେ ବାତ୍ୟା ବୁଲ୍‌ବୁଲ୍‌ ଲ୍ୟାଣ୍ଡଫଲ୍‌ କରିବ। ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କିଲୋମିଟର ରହିବ।

ପାରଦୀପଠାରୁ ୩୧୦ କିଲୋମିଟର ଦୂରରେ ବୁଲ୍‌ବୁଲ୍‌

ବାତ୍ୟା ‘ବୁଲ୍‌ବୁଲ’ର ଆଖି ବର୍ତ୍ତମାନ ଓଡ଼ିଶାର ପାରାଦୀପଠାରୁ ୩୧୦ କିଲୋମିଟର ଦୁରରେ ରହିଛି। ଘଣ୍ଟାକୁ ୧୨ କିଲୋମିଟର ବେଗରେ ଏହା ସୁନ୍ଦରବନ ଆଡ଼କୁ ମାଡ଼ି ଚାଲିଛି। ଫଳରେ ପାରାଦୀପ ସହ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ଏବେଠୁ ପବନ ସହ ବର୍ଷା ହେବାରେ ଲାଗିଲାଣି।

ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ୫ଟି ବନ୍ଦରକୁ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ସେହିପରି ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ଆସନ୍ତା ୧୦ ତାରିଖରେ ସ୍ଥଳ ଭାଗ ଛୁଇଁବ ବାତ୍ୟା ବୁଲବୁଲ।

 

 

ଓଡ଼ିଶାକୁ ବିପଦ ନାହିଁ, ହେଲେ ପବନ ସହ ପ୍ରବଳ ବର୍ଷା ସମ୍ଭାବନା

ବାତ୍ୟା ବୁଲ୍‌ବୁଲ୍‌ ପଶ୍ଚିମବଙ୍ଗର ସୁନ୍ଦରବନଠାରେ ଲ୍ୟାଣ୍ଡଫଲ୍‌ କରିବ। ଫଳରେ ଓଡ଼ିଶା ପାଇଁ ଏତେ ବିପଦ ନଥିବା ପାଣିପାଗ ବିଭାଗ କହିଛି। ହେଲେ ରାଜ୍ୟର ଉତ୍ତର ଉପକୂଳ ଅଞ୍ଚଳରେ ପବନ ସହ ପ୍ରବଳ ବର୍ଷାହେବାର ସମ୍ଭାବନା ରହିଛି।

ବର୍ତ୍ତମାନ ବାତ୍ୟା ପ୍ରଭାବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଗଲାଣି। ତେବେ ବାତ୍ୟା ସ୍ଥଳ ଭାଗ ଆଡ଼କୁ ମୁହାଁଇଲେ ବର୍ଷାର ପରିମାଣ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ବାତ୍ୟା ଫଳରେ ୯ ତାରିଖରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାଗୁଡ଼ିକରେ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

Comment