ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ାରେ ଏକ ବାଇକ୍‌ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ରାୟଗଡ଼ା ପୋଲିସ। ଏହି ରାକେଟ୍‌ର ପୋଲିସ୧୫ ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ସହ ୧୫ଟି ବାଇକ୍‌ ଜବତ କରିଛି।

ରାୟଗଡ଼ା ଟାଉନ୍ ଥାନାର ଏକ ସ୍ଵତନ୍ତ୍ର ଟିମ୍ ତନାଘନା ଆରମ୍ଭ କରିବା ସହ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଓ ଆନ୍ଧ୍ରପ୍ରଦେଶର ବବିଲି ଓ ପାର୍ବତୀପୁରମ୍‌ରୁ ବାଇଟ୍ ଉଦ୍ଦାର କରିଛି। ଗିରଫ୍ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ୧୦ ଜଣ ସାବାଳକ ରହିଥିବା ବେଳେ ୫ ଜଣ ନାବାଳକ ରହିଛନ୍ତି। ଆଜି ୧୦ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଅନ୍ୟ ନାବାଳକଙ୍କୁ ଜେଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରାଯିବ ବୋଲି ରାୟଗଡ଼ା ଏସପି ଶର୍ବଣା ବିବେକ୍ .ଏମ୍ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।

Comment