ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ):  ଆସନ୍ତା ଡିସେମ୍ବର ୨୬ ତାରିଖରେ ହେବ ରାୟଗଡ଼ା ସଂସ୍କୃତି ଓ ପରମ୍ପରାର ମହାପର୍ବ ‘ଚଇତି-୨୦୧୯’। ରାୟଗଡ଼ା ଜିଲ୍ଲାରେ ଚଳିତବର୍ଷ ଚଇତି ଉତ୍ସବ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶନିବାର ବସିଥିଲା ଏକ ପ୍ରସ୍ତୁତି ବୈଠକ। ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ଆୟୋଜିତ ଏକ ବୈଠକରେ ଆସନ୍ତା ଡିସେମ୍ବର ୨୬ରେ ଚଇତି ଉତ୍ସବ-୨୦୧୯ର ଉଦ୍‌ଘାଟନ ହେବା ବୋଲି  ନେଇ ନିଷ୍ପତ୍ତି ନିଆଯାଇଛି।

ଏହି ବୈଠକରେ ସମ୍ମାନିତ ଅତିଥି ରୂପେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅମୃତ ଋତୁରାଜ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାସଙ୍କ ସମେତ ସମନ୍ୱିତ ଆଦିବାସୀ ପ୍ରକଳ୍ପ ନିର୍ଦ୍ଦେଶକ ଟୁକୁ ବାରିକ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ଲୁଚିରହି ଥିବା ଆଦିବାସୀ ପରମ୍ପରାକୁ ପୁଣି ଥରେ ଉଜ୍ଜୀବିତ କରିବା ଚଇତି ମହୋତ୍ସବର ମୂଳ ଲକ୍ଷ। ଗ୍ରାମାଞ୍ଚଳରେ ଲୁଚି ରହିଥିବା ପ୍ରତିଭାଙ୍କୁ ଚଇତି ମାଧ୍ୟମରେ ଜିଲ୍ଲା ସ୍ତରକୁ ଆଣିବା ଏହି ଜିଲ୍ଲାସ୍ତରୀୟ ମହାପର୍ବର ପ୍ରମୁଖ ଉଦ୍ଦେଶ୍ୟ ବୋଲି ବୈଠକରେ ଆଲୋଚନା ହୋଇଥିଲା।

ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଜିସିଡି ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆଠାରେ ଚଇତି ମହୋତ୍ସବ ଆୟୋଜିତ ହେବ। ଏହି ଜିଲ୍ଲାସ୍ତରୀୟ ମହୋତ୍ସବକୁ ସୂଚାରୁ ରୂପେ ଆୟୋଜନ କରିବା ପାଇଁ ବିଭିନ୍ନ କମିଟି ଗଠନ କରାଯାଇଛି। ଜିଲ୍ଲାର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ଅନ୍ୟ ପ୍ରମୁଖ ସଙ୍ଗଠନ କର୍ମକର୍ତ୍ତା ଏହି କମିଟିରେ ସଦସ୍ୟ ରହିବା ନେଇ ବୈଠକରେ ସ୍ଥିର ସ୍ଥିର କରାଯାଇଛି।

Comment