ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ଅଭିନେତ୍ରୀ ଆଲିଆ ଭଟ୍ଟ ନିକଟରେ ଏକ ବଡ଼ ଘୋଷଣା କରିଛନ୍ତି। ଆଲିଆ ଭଟ୍ଟ ଏକ ପ୍ରଡକ୍ସନ୍ ହାଉସ୍ ଖୋଲିଥିବା ଘୋଷଣା କରିଛନ୍ତି। ଏହି ପ୍ରଡକ୍ସନ୍ ହାଉସ୍‌ର ନାଁ ‘ଇଟରନାଲ ସନ୍‌ସାଇନ୍ ପ୍ରଡକ୍ସନ୍’।

ଏକ ସାକ୍ଷାତକାରରେ ଆଲିଆ କହିଛନ୍ତି, “ମୁଁ ଏକ ପ୍ରଡକ୍ସନ ହାଉସ୍ ଆରମ୍ଭ କରିଛି। ଏହାର ନାଁ ହେଉଛି ‘ଇଟରନାଲ ସନ୍‌ସାଇନ୍ ପ୍ରଡକ୍ସନ୍’। ଏଥିପାଇଁ ମୁଁ ଏକ ପ୍ରଡକ୍ସନ ପ୍ଲାନ୍ ମଧ୍ୟ କରିଛି। ଆଗାମୀ ଦିନରେ ଏହି ଫ୍ୟଡକ୍ସନ ହାଇସ୍‌ ଜରିଆରେ ଫିଲ୍ମ ପ୍ରସ୍ତୁତ ହେବ।”

“ମୁଁ ଏମିତି ଫିଲ୍ମ ତିଆରି କରିବାକୁ ଚାହୁଁଛି ଯେଉଥିରେ ମୁଁ ନିଜେ ଅଭିନୟ କରିବି। ପ୍ରଡକ୍ସନ ହାଇସ୍‌ରେ ଏକ ଟିମ୍‌ ନିଯୁକ୍ତ ହୋଇଛି। ସେମାନେ ଜୋରସୋର୍‌ରେ ପ୍ରସ୍ତୁତି ଚଳାଇଛନ୍ତି। ସମୟ ଆସିଲେ ଆମେ ଏହାକୁ ସାର୍ବଜନୀନ କରିବୁ” ସାକ୍ଷାତକାରରେ ଆଲିଆ କହିଛନ୍ତି।

କମ୍ ବୟସରେ ସିନେ ଜଗତରେ ପାଦ ଦେଇଥିବା ଅଭିନେତ୍ରୀ ଆଲିଆ ଭଟ୍ଟ ଖୁବ୍ କମ୍‌ ଦିନରେ ଦର୍ଶକଙ୍କୁ ନିଜ ଅଭିନୟ ଜାଲରେ ବାନ୍ଧି ପାରିଛନ୍ତି। ଆଲିଆଙ୍କ ନିକଟରେ ରିଲିଜ୍‌ ହୋଇଥିବା ‘ଗଲିବୟ’ ଫିଲ୍ମ ହିଟ୍‌ ହେବାପରେ ଆଲିଆଙ୍କ ହାତରେ ରହିଛି ଆଉ ଦୁଇଟି ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଓ ‘କଳଙ୍କ’। ତେବେ ନିଜର ବ୍ୟକ୍ତିଗତ ପ୍ରଡକ୍ସନ୍ ହାଉସ୍‌ ଖୋଲିବା ନେଇ ଆଲିଆଙ୍କୁ ବଲିଉଡର ବହୁ କଳାକାରମାନେ ଅଭିନନ୍ଦନ ଜଣାଇଛନ୍ତି।

Comment