ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁର: ରାଜ୍ୟର ଆଇସିଟି ବିଦ୍ୟାଳୟ ସଂଯୋଜକ ସଂଘର କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତିଙ୍କୁ ୫ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ରାଜ୍ୟରେ ୪ ହଜାର ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ୍ଦ ହେଇଥିବା ଆଇସିଟି ପ୍ରଜେକ୍ଟକୁ ଆରମ୍ଭ ଏବଂ ସେଥିରୁ ଛଟେଇ ହୋଇଥିବା ୪ ହଜାର ସ୍କୁଲ କୋଡିନେଟର ତଥା କମ୍ପ୍ୟୁଟର ଶିକ୍ଷକଙ୍କ ପୁନଃ ନିଯୁକ୍ତି ନିମନ୍ତେ ଅନୁରୋଧ କରାଯାଇଥିଲା।

୨୦୧୪ ମସିହାରେ ରାଜ୍ୟର ବିଭିନ୍ନ ସରକାରୀ ଏବଂ ସରକାରୀ ସ୍ୱୀକୃତି ପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଦ୍ୱାରା କମ୍ପ୍ୟୁଟର ଶିକ୍ଷାର ପ୍ରଚଳନ ଆରମ୍ଭ କରାଯାଇଥିଲା। ଇ-ବିଦ୍ୟାଳୟ ନାମକ ପ୍ରୋଜକ୍ଟର ଆରମ୍ଭ କରାଯାଇ ଏହାକୁ ଏକ ବେସରକାରି ସଂସ୍ଥାକୁ ୫ ବର୍ଷିଆ ଚୁକ୍ତି ଆଧାରରେ ଦାୟିତ୍ୱ ଦିଆଯାଇଥିଲା। ଏହା ଦ୍ୱାରା ରାଜ୍ୟର ୪ ହଜାର ଉଚ୍ଚ ବିଦ୍ୟାଳୟରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ମଗାଣାରେ କମ୍ପ୍ୟୁଟର ଶିକ୍ଷା ସହ ଅନ୍ୟାନ୍ୟ ପାଠ୍ୟ ବିଷୟଗୁଡ଼ିକରେ ମଧ୍ୟ ଗୁଣାତ୍ମକ ଶିକ୍ଷା ପାଇପାରୁଥିଲେ।

ଏଥିପାଇଁ ୪ ହଜାରରୁ ଅଧିକ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ମଧ୍ୟ କମ୍ପ୍ୟୁଟର ଶିକ୍ଷକ ଭାବରେ ନିଯୁକ୍ତି ମିଳିଥିଲା। ବିଦ୍ୟାଳୟର ସମସ୍ତ ଅଫିସ କାର୍ଯ୍ୟ ମଧ୍ୟ କମ୍ପ୍ୟୁଟର ଦ୍ୱାରା ହୋଇ ପାରିଲା। ୨୦୧୪ରୁ ୨୦୧୯ ମସିହା ୫ ବର୍ଷ ସରିବା ପରେ ଏହି ପ୍ରଜେକ୍ଟକୁ ବନ୍ଦ କରିଦିଆଯାଇଥିଲା।

ଫଳରେ କାର୍ଯ୍ୟରତ କମ୍ପ୍ୟୁଟର ଶିକ୍ଷକଙ୍କୁ ଛେଟଇ କରାଯାଇଥିଲା। ଛଟେଇ ହେବା ପରେ ଏହି ଶିକ୍କ୍ଷିତ ଯୁବକ ଯୁବତୀ ଘରେ ବେକାର ହୋଇ ବସିଛନ୍ତି। ଫଳରେ ରାଜ୍ୟର ଲକ୍ଷ ଲକ୍ଷ ସ୍କୁଲ ଛାତ୍ରଛାତ୍ରୀ କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚିତ ହେବା ସହ କମ୍ପ୍ୟୁଟର ଲ୍ୟାବ ଅଚଳ ହୋଇ କୋଟି କୋଟି ଟଙ୍କାର କମ୍ପ୍ୟୁଟର ଖତ ଖାଉଛି।

ଶନିବାର ଆଇସିଟି ବିଦ୍ୟାଳୟ ସଂଯୋଜକ ସଂଘ ଦାବି କରିଛି ଦୀର୍ଘ ୫ ବର୍ଷ ଧିରି ଆଇସିଟି ଇ-ବିଦ୍ୟାଳୟ ଯୋଜନାରେ କାଯ୍ୟକିର ଆସିଥିବା ୪ ହଜାର କମ୍ପ୍ୟୁଟର ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ଦିଆଯାଉ। ସେହିପରି ଏହି ପ୍ରଜେକ୍ଟକୁ କୌଣସି ଘରୋଇ ସଂସ୍ଥାକୁ ଟେକି ନଦେଇ ସରକାରୀ ଭାବେ ନିଯୁକ୍ତି ଦିଆଯାଉ।

Comment