ଓଡ଼ିଶାଲାଇଭ୍ ବ୍ୟୁରୋ

ମଣିଷ ଉପରେ ଗାଡ଼ି ଚଢ଼ିଗଲେ ସଂପୃକ୍ତ ଗାଡ଼ି ଚାଳକ ଗିରଫ ହେବା ଘଟଣା ସମସ୍ତେ ଶୁଣିଥିବେ। ହେଲେ କୁକୁର ଉପରେ ଗାଡ଼ି ଚଢ଼ିଗଲେ ଡ୍ରାଇଭର ଗିରଫ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏମିତି ଏକ ଘଟଣା ଘଟିଛି ଭୁବନେଶ୍ୱରରେ। କୁକୁର ଛୁଆଙ୍କ ଉପରେ ଗାଡ଼ି ଚଢ଼ାଇ ଜଣେ ଓଲା ଡ୍ରାଇଭର ଗିରଫ ହୋଇଛନ୍ତି। ଗିରଫ ଡ୍ରାଇଭର ହେଲା କାହ୍ନୁ ଚରଣ ଗିରି।

ଭୁବନେଶ୍ୱର ଶୈଳଶ୍ରୀ ବିହାରର ହାଇଲାଣ୍ଡ ରେସିଡେନ୍ସି ଅଞ୍ଚଳରେ ଏହି ଘଟଣା ଘଟିଛି। ରବିବାର ରାତିରେ ରାସ୍ତା କଡ଼ରେ କିଛି କୁକୁର ଛୁଆ ଖେଳୁଥିଲେ। ଏହି ସମୟରେ ଓଲା ଡ୍ରାଇଭର କାହ୍ନୁ ଶୈଳଶ୍ରୀ ବିହାର ଗାଡ଼ି ନେଇ ଯାଇଥିଲେ। ତାଙ୍କ ଗାଡ଼ିର ବେଗ ଅଧିକ ରହିଥିଲା। ଫଳରେ ରାସ୍ତା କଡ଼ରେ ଖେଳୁଥିବା କୁକୁର ଛୁଆଙ୍କ ଉପରେ ଗାଡ଼ି ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ୪ଟି କୁକୁର ଛୁଆଙ୍କର ମୃତ୍ୟୁ ଘଟିଥିଲା।

ସଂପୃକ୍ତ ଅଞ୍ଚଳରେ ଦ୍ରୁତ ଗତିରେ ଗାଡ଼ି ନଚଲାଇବା ପାଇଁ ସିକ୍ୟୁରିଟି ଗାର୍ଡ କାହ୍ନୁଙ୍କୁ କହିଥିଲେ। ହେଲେ କାହ୍ନୁ ଏହାକୁ ଶୁଣି ନଥିଲେ। ଦ୍ରୁତ ଗତିରେ ଗାଡ଼ି ଚଳାଇବାରୁ ୪ କୁକୁର ଛୁଆଙ୍କ ପ୍ରାଣ ନେଇଥି ଚାଲିଗଲା। ଏନେଇ ପ୍ରାଣୀ ଓ ପଶୁଙ୍କ ମଙ୍ଗଳ ପାଇଁ କାମ କରୁଥିବା ସଙ୍ଗଠନ ପିପିୁଲ୍ଓ ଫର୍‌ ଆନିମଲ ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦିଆଯାଇଥିଲା। ଏତଲାକୁ ଆଧାର କରି ପୋଲିସ ଓଲା ଡ୍ରାଇଭର କାହ୍ନୁକୁ ଗିରଫ କରିଛି।

Comment