ଓଡ଼ିଶାଲାଇଭ୍ ବ୍ୟୁରୋ

ଖରିଫ୍‌ ଧାନ କିଣାରେ ଟୋକନ୍‌ ବ୍ୟବସ୍ଥାକୁ ବିରୋଧ କଲେ ଚାଷୀ।

ଧାନ କିଣିବା ପାଇଁ ହୋଇଥିବା ଟୋକନ୍‌ ବ୍ୟବସ୍ଥାକୁ ବିରୋଧ କରି ପଶ୍ଚିମ ଓଡ଼ିଶାରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଉତ୍ତ୍ୟକ୍ତ ଚାଷୀ ସମ୍ବଲପୁରର ୪ ବିଧାୟକଙ୍କ ଘର ଆଗରେ ଧାନ ରଖି ପ୍ରତିବାଦ କରିଛନ୍ତି। ଏହାସହ ବରଗଡ଼ ଜିଜିଲ୍ଲାପାଳଙ୍କ ଅଫିସ ମଧ୍ୟ ଚାଷୀ ଘେରିଛନ୍ତି। ଟୋକନ୍ ବ୍ୟବସ୍ଥା ପ୍ରତ୍ୟାହାର କରିବାକୁ ଚାଷୀ ଦାବି କରିଛନ୍ତି।

ଚାଷୀମାନେ ଟ୍ରାକ୍ଟରରେ ଧାନ ଆଣି ପ୍ରଥମେ ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କ ବାସଭବନ ଘେରିଥିଲେ। ଏହାପରେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ବାସଭବନ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ବାସଭବନ, କୁଚିଣ୍ଡା ବିଧାୟକ କିଶୋର ନାୟକଙ୍କ ବାସଭବନ ଘେରିଥିଲେ ଚାଷୀ।

ଚାଷୀମାନେ ସୋମବାର ଦିନ ଅତାବିରା ତହସିଲ ଅଫିସ୍‌ ଘେରାଉ କରିଥିଲେ। ଏହି ଆନ୍ଦୋଳନ ମଙ୍ଗଳବାର ଉଗ୍ର ରୂପ ଧାରଣ କରିଥିଲା। ବରଗଡ଼ରୁ ସମ୍ବଲପୁର ଯାଏଁ ଚାଷୀ ଆନ୍ଦୋଳନ ବ୍ୟାପିଥିଲା।

Comment