ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ଷ୍ଟେସନରେ ଗୀତ ଗାଇ ରାତାରାତି ଷ୍ଟାର ପାଲଟି ଯାଇଥିବା ରାନୁ ମଣ୍ଡଳ ଏବେ ବେଶ୍‌ ଚର୍ଚ୍ଚାରେ। ନିକଟରେ ଜଣେ ଫ୍ୟାନ୍‌ଙ୍କୁ ଖରାପ ବ୍ୟବହାର କରି ଚର୍ଚ୍ଚାର ଘେରକୁ ଆସିଥିଲେ। ଏହାକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ୍‌ ହେବାକୁ ପଡ଼ିଥିଲା। ଏହାକୁ ସଲ୍‌ମାନ ଖାନ୍‌ ମଧ୍ୟ ଟ୍ରୋଲ କରିଥିବା ଜଣାପଡ଼ିଥିଲା। ହେଲେ ବର୍ତ୍ତମାନ ସଲମାନଙ୍କୁ ପଛରେ ପକାଇଛନ୍ତି ରାନୁ ମଣ୍ଡଳ।

ଗତ ନଭେମ୍ବର ୧୪ରେ ରାନୁଙ୍କ ପ୍ରଥମ ଗୀତ ଲଞ୍ଚ୍‌ ହୋଇଥିଲା। ହିମେଶ ରେଶମିୟାଙ୍କ ନିର୍ଦ୍ଦେଶିତ ‘ଆଶିକୀ ମେଁ ତେରୀ ୨.୦’ ମ୍ୟୁଜିକ୍‌ ଟ୍ରାକ୍‌ ଜରିଆରେ ସେ ବଲିଉଡ୍‌ରେ ଏଣ୍ଟ୍ରୀ କରିଛନ୍ତି। ଯାହାକୁ ବର୍ତ୍ତମାନ ସୁଦ୍ଧା ୧୦ ମିଲିୟନ୍‌ ଅର୍ଥାତ୍‌ ୧ କୋଟିରୁ ଅଧିକ ଲୋକ ଦେଖି ସାରିଲେଣି। ଯାହା ନିକଟରେ ୟୁଟ୍ୟୁବ୍‌ରେ ଟ୍ରେଣ୍ଡିଂ ନମ୍ବର ୨ରେ ଥିଲା।

ଅନ୍ୟପକ୍ଷରେ ନଭେମ୍ବର ୧୪ରେ ସଲମାନ ଖାନଙ୍କ ଆଗାମୀ ଫିଲ୍ମ ଦବଙ୍ଗ-୩ର ‘ହୁଡ୍ ହୁଡ୍ ଦବଙ୍ଗ ଦବଙ୍ଗ’ ଗୀତ ମଧ୍ୟ ରିଲିଜ୍ ହୋଇଥିଲା। ତେବେ ଗୋଟିଏ ଦିନରେ ରିଲିଜ ହେବା ସତ୍ତ୍ୱେ ଏହା ଟ୍ରେଣ୍ଡିଂର ନବମ ସ୍ଥାନରେ ରହିଛି। ଏହି ଗୀତକୁ ୧୫ ମିଲିୟନ ଲୋକ ଦେଖିସାରିଥିଲେ ସୁଦ୍ଧା ଟ୍ରେଣ୍ଡିଂରେ ରାନୁଙ୍କ ଗୀତ ବାଜି ମାରିନେଇଛି।

Comment