‘ମି-ଠୁ’ରେ ଫସି ଇଣ୍ଡିଆନ୍‌ ଆଇଡଲ୍‌ରୁ ବିଦା ହେଲେ ଅନୁ ମଲିକ

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ-୧୧ର ଜଜ୍‌ ପଦରୁ ବାହାରିଲେ ବଲିଉଡ୍‌ କଣ୍ଠଶିଳ୍ପୀ ଓ ଗୀତିକାର ଅନୁ ମଲିକ। ତାଙ୍କ ବିରୋଧରେ ବାରମ୍ଵାର ମି-ଠୁ ଅଭିଯୋଗ ଆସୁଥିବା କାରଣରୁ ତାଙ୍କୁ ସୋ’ର ଜଜ୍‌ ପଦରୁ ହଟାଇ ଦିଆଯାଇଛି।

ବର୍ତ୍ତମାନ ଅନୁ ମଲିକ ଇଣ୍ଡିଆନ୍‌ ଆଇଡଲ୍‌ରୁ ବିଦା ହୋଇ ସାରିଛନ୍ତି। ତାଙ୍କ ସ୍ଥାନରେ ଜଣେ କଣ୍ଠଶିଳ୍ପୀ କିମ୍ଵା ଗିତୀକାରଙ୍କୁ ନିଆଯିବ। ହେଲେ କାହାକୁ ନିଆଯିବ ତାହା ସ୍ଫଷ୍ଟ ହୋଇନାହିଁ। ଅନୁ ମଲିକଙ୍କ ଉପରେ ଅଭିଯୋଗ ଆସିଲା ପରେ ରାଷ୍ଟ୍ରିୟ ମହିଳା ଆୟୋଗ ସୋନି ଟିଭିକୁ ନୋଟିସ୍‌ କରିଥିଲା।

ଗତବର୍ଷ ମଧ୍ୟ ଏହି ମି-ଠୁ ଅଭିଯାନରେ ତାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ତାଙ୍କୁ ସୋ’ର ଜଜ୍ ପଦରୁ ବାହାର କରିଦିଆଯାଇଥିଲା। ତେବେ ଚଳିତବର୍ଷ ଇଣ୍ଡିଆନ୍ ଆଇଡଲ ସିଜିନ୍-୧୧ରେ ତାଙ୍କୁ ପୁଣିଥରେ ସୋ’ର ଜଜ୍ ଭାବେ ଦେଖିବାକୁ ମିଳିଥିଲା। ହେଲେ ଏଥର ବି ତାଙ୍କୁ ଜଜ୍‌ ପଦରୁ ବାହାରିବାକୁ ପଡ଼ିଛି।

ଅନୁ ମଲିକ ଏହି ସୋ’କୁ ପୁଣିଥରେ ଫେରିବାକୁ କେତେକ କଣ୍ଠଶିଳ୍ପୀ ନାପସନ୍ଦ କରିଛନ୍ତି। ତେଣୁ ତାଙ୍କ ବିରୋଧରେ ସେମାନେ ସ୍ୱର ଉତ୍ତୋଳନ କରିଛନ୍ତି। କଣ୍ଠଶିଳ୍ପୀ ସୋନା ମହାପାତ୍ର ତାଙ୍କୁ ଯୌନ ପିପାସୁ କହିବାକୁ ମଧ୍ୟ ପଛାଇନାହାନ୍ତି। ତାଙ୍କ ସହ ଆଉଜଣେ କଣ୍ଠଶିଳ୍ପୀ ନେହା ଭାସିନ୍ ମଧ୍ୟ ଅନୁ ମଲିକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।

LEAVE A REPLY

Please enter your comment!
Please enter your name here