ଓଡ଼ିଶାଲାଇଭ୍‌ ବ୍ୟୁରୋ

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ଏବଂ ଦିନିକିଆ ପାଇଁ ଭାରତୀୟ କ୍ରିକେଟ୍‌ ଦଳ ୧୫ ଜଣିଆ ଟିମ୍‌ ଘୋଷଣା କରିଛି। ହେଲେ ଦୁଇଟି ଯାକ ସିରିଜ୍‌ରେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନଙ୍କୁ ସ୍ଥାନ ମିଳିନି। ରୋହିତ ଶର୍ମାଙ୍କୁ ଉଭୟ ସିରିଜରେ ସ୍ଥାନ ମିଳିଥିବା ବେଳେ ରିଷଭ ପନ୍ତଙ୍କୁ ୱିକେଟ୍‌ କିପର ଭାବେ ସ୍ଥାନିତ କରାଯାଇଛି।

ବାଂଲାଦେଶ ପରେ ବର୍ତ୍ତମାନ ଟିମ୍‌ ଇଣ୍ଡିଆ ଆଉ ଏକ ଘରୋଇ ମ୍ୟାଚ୍‌ ପାଇଁ ପ୍ରସ୍ତୁତ ହେଉଛି। ଏବେ ଘଷରାଇ ମାଟିରେ ଟିମ୍‌ ଇଣ୍ଡିଆକୁ ୱେଷ୍ଟଇଣ୍ଡିଜ୍ ସହ ଲଢ଼ିବାକୁ ପଡ଼ିବ। ଆସନ୍ତା ଡିସେମ୍ବର ୬ରୁ ଭାରତର ଏହି ଯୁଦ୍ଧ ଆରମ୍ଭ ହେବ।

ୱେଷ୍ଟଇଣ୍ଡିଜକୁ ପ୍ରଥମେ ଟି-୨୦ରେ ଭେଟିବା ପରେ ଡିସେମ୍ବର ୧୫ରେ ଦିନିକିଆରେ ଭେଟିବ ଭାରତ। ଏଥିପାଇଁ ଗୁରୁବାର ଭାରତୀୟ ଚୟନକର୍ତ୍ତା କମିଟି ୧୫ ଜଣିଆ ଟିମ୍‌ ଉଭୟ ଟି-୨୦ ଏବଂ ଦିନିକିଆ ପାଇଁ ଘୋଷଣା କରିଛି।

ଟିମ୍‌ ଇଣ୍ଡିଆର ଟି-୨୦ ସ୍କ୍ୱାଡ୍

ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା, ଶିଖର ଧୱନ, ଲୋକେଶ ରାହୁଲ, ଶ୍ରେୟସ ଆୟର, ରିଷଭ ପନ୍ତ, ଶିଭମ ଦୁବେ, ସୁନ୍ଦର ୱାସିଂଟନ୍‌, ରବିନ୍ଦ୍ର ଜାଡେଜା, ଯୁଜୁବେନ୍ଦ୍ର ଚହଲ, କୁଳଦୀପ ଯାଦବ, ଦିପକ ଚହର, ମହମ୍ମଦ ଶାମି ଏବଂ ଭୁବନେଶ୍ୱର କୁମାର।

ଟିମ୍‌ ଇଣ୍ଡିଆର ଦିନିକିଆ ସ୍କ୍ୱାଡ୍

ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା, ଶିଖର ଧୱନ, ଲୋକେଶ ରାହୁଲ, ଶ୍ରେୟସ ଆୟର, ମନିଷ ପାଣ୍ଡେ, ରିଷଭ ପନ୍ତ, ଶିଭମ ଦୁବେ, କେଦାର ଯାଦବ, ରବିନ୍ଦ୍ର ଜାଡେଜା, ଯୁଜୁବେନ୍ଦ୍ର ଚହଲ, କୁଳଦୀପ ଯାଦବ, ଦିପକ ଚହର, ମହମ୍ମଦ ଶାମି ଏବଂ ଭୁବନେଶ୍ୱର କୁମାର।

Comment