ଓଡ଼ିଶାଲାଇଭ୍ ବ୍ୟୁରୋ
ଶିଶୁ ଅଧିକାର ସମ୍ପର୍କିତ ‘କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା କଲ୍ଲୋଳ ୨୦୧୯’ର ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ୫ଟି କ୍ଷୁଦ୍ର ଚଳଚ୍ଚିତ୍ରକୁ ପୁରସ୍କାର ମିଳିଛି। ଏହା ଥିଲା କଲ୍ଲୋଳ ୨୦୧୯ର ପଞ୍ଚମ ସଂସ୍କରଣ। ଚଳିତବର୍ଷ ବିଷୟବସ୍ତୁ ରଖାଯାଇଥିଲା ‘ସୁପୋଷଣ ଓ ସୁସ୍ଥ ଜୀବନଯାପନ ଶିଶୁମାନଙ୍କ ଅଧିକାର’।
ସ୍ୱେଚ୍ଛାସେବୀ ସଙ୍ଗଠନ ଆଇନା ଓ ୟୁନିସେଫ୍ର ମିଳିତ ସହଯୋଗରେ ହୋଟେଲ କ୍ରାଉନ୍ରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ବଲିଉଡ୍ ଅଭିନେତ୍ରୀ ନନ୍ଦିତା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମୋନିକା ନିଲ୍ସନ୍, ‘ମୋ କଲେଜ’ ଅଧ୍ୟକ୍ଷ ଆକାସ ଦାସନାୟକ, ଓଲିଉଡ ଅଭିନେତ୍ରୀ ଅର୍ଚିତା ସାହୁ, ନାଟ୍ୟକାର ଅନନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
କଲ୍ଲୋଳର ଚଳିତ ସଂସ୍କରଣରେ ମୋଟ୍ ୪୯ଟି କ୍ଷୁଦ୍ର ଚଳଚ୍ଚିତ୍ର ଅଂଶ ଗ୍ରହଣ କରିଥିଲେ, ଯାହା ପୂର୍ବ ବର୍ଷ ତୁଳନାରେ ଅଧିକ ଥିଲା।
ଆଇନାର ସମ୍ପାଦକ ସ୍ନେହା ମିଶ୍ର କହିଥିଲେ, ‘‘ଚଳିତବର୍ଷ ମୋଟ୍ ୪୯ଟି ଚଳଚ୍ଚିତ୍ର ଭାଗ ନେଇଥିଲେ। ଶିଶୁ ଅଧିକାର ପ୍ରତି ବ୍ୟକ୍ତିବିଶେଷ ଓ ଚିତ୍ର ନିର୍ମାତାମାନେ ସଚେତନ ହେଲେଣି, ଯାହା ଏକ ଶୁଭ ସଙ୍କେତ।’’