ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ୨୦୨୦ ଜାନୁଆରୀ ୨୦ରୁ ଭୁବନେଶ୍ଵରରୁ ସୁରତକୁ ବିମାନ ଚଳାଚଳ କରିବ। ଏୟାର ଇଣ୍ଡିଆ ବିମାନ ବେଙ୍ଗାଳୁରୁ-ଭୁବନେଶ୍ଵର-ସୁରତ ମଧ୍ୟରେ ଚଳାଚଳ କରିବ। ଏନେଇ ଟୁଇଟ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ।


ଏହି ଏୟାର ଇଣ୍ଡିଆ ବିମାନ ଜାନୁଆରୀ ୨୦ରୁ ପ୍ରତିଦିନ ସୋମବାର ଓ ଗୁରୁବାର ଭୁବନେଶ୍ଵରରୁ ଛାଡ଼ିବ। ସେହିପରି ସୁରତରୁ ପ୍ରତି ଶୁକ୍ରବାର ଓ ରବିବାର ଛାଡ଼ିବ।

ଗତ ଜୁଲାଇ ୨୨ ତାରିଖରେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ସୁରତ ସାଂସଦ ଦର୍ଶନ ଜରଦୋସ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦିପ ସିଂ ପୁରୀଙ୍କୁ ଭେଟି ଭୁବନେଶ୍ଵରରୁ ସୁରଟକୁ ବିମାନ ଚଳାଚଳ ପାଇଁ ପ୍ରସ୍ତାବ ଦେଇଥିଲେ। ତେବେ ଖୁବଶୀଘ୍ର ଏହି ଦୁଇ ସହର ମଧ୍ୟରେ ବିମାନ ଚଳାଚଳ ହେବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ।

Comment