ଓଡ଼ିଶାଲାଇଭ୍ ବ୍ୟୁରୋ

ଡାକ୍ତରୀ ସେବା କ୍ଷେତ୍ରରେ କ୍ରିଟିକାଲ୍ କେୟାରକୁ ନେଇ ସଚେତନତା ସୃଷ୍ଟି କରିବା ଦିଗରେ ଆଇଏସ୍‌ସିସିଏମ୍ କୋଲକାତା ଚାପ୍ଟର ଦ୍ୱାରା ଇଷ୍ଟ ଜୋନାଲ୍ କ୍ରିଟିକାଲ୍ କେୟାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇଦିନିଆ ସମ୍ମିଳନୀରେ ବିହାର, ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଝାଡ଼ଖଣ୍ଡ ଭଳି ପୂର୍ବାଞ୍ଚଳ ରାଜ୍ୟର ୨୫୦ ଜଣ ପ୍ରତିନିଧି ଯୋଗ ଦେଇଥିଲେ।

କ୍ରିଟିକାଲ୍ କେୟାର ଏବଂ ଇଣ୍ଟେନ୍‌ସିଭ୍‌ କେୟାର ମ୍ୟାନେଜମେଣ୍ଟ ସମ୍ପର୍କରେ ଏହି ସମ୍ମିଳନୀରେ ଆଲୋଚନା ହୋଇଥିଲା। ଏହି ସମ୍ମିଳନୀରେ ସମ୍ ଅଲ୍ଟିମେଟ ମେଡିକେୟାରର କ୍ରିଟିକାଲ କେୟାର ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟଙ୍କୁ ସମ୍ମାନିତ କରାଯାଇଥିଲା। ସେ ମଧ୍ୟ ‘ଇଣ୍ଡିଭିଜୁଆଲାଇଜଡ ଇଣ୍ଟେନ୍‌ସିଭ୍‌ କେୟାର ମେଡିସିନ୍ ଭର୍ସେସ୍ ପ୍ରୋଟୋକୋଲାଇଜ୍‌ଡ ଇଣ୍ଟେନ୍‌ସିଭ୍‌ କେୟାର’ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ ।

ଦୀର୍ଘ ଚାରି ଦଶନ୍ଧି ଧରି ନିଜ ଡାକ୍ତରୀ ପେସା ସମ୍ପର୍କରେ ଡାକ୍ତର ରାୟ କହିଛନ୍ତି ଯେ, ସଂକ୍ରମଣ ଏବଂ ଅନ୍ୟାନ୍ୟ ଦିଗକୁ ରୋକିବା ପାଇଁ ପ୍ରୋଟୋକୋଲାଇଜ୍‌ଡ କେୟାର ଖୁବ୍ ଭଲ କାମ କରେ। ସେବା ମଧ୍ୟ ରୋଗୀ ପାଇଁ ଖୁବ୍ ଭଲ ଔଷଧ ବୋଲି ଡଃ ରାୟ କହିଥିଲେ।

Comment