ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ୍‌ ଚଢ଼ଉ କରିଛି। ଘଟଣାସ୍ଥଳରୁ ପୋଲିସ ୭୯ କିଲୋଗ୍ରମର ଗଞ୍ଜେଇ ସହ ଗୋଟିଏ କାର ଜବତ କରିଛି। ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ମାଲକାନଗିରି ଜିଲ୍ଲା ଓରକେଲ ଥାନା ଅଞ୍ଚଳର କମଲେଶ ମଣ୍ଡଳ(୨୬) ଏବଂ  ମଧ୍ୟପ୍ରଦେଶର ଦିପକ କୁମାର ହରିୱାର(୨୬)।

ଶନିବାର ଏକ ଧଳା ରଙ୍ଗର ଡଷ୍ଟର କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇଥିଲା ଜୟପୁର ଟାଉନ୍‌ ପୋଲିସ। ଏହାପରେ ଜୟନଗର ରାସ୍ତା କଲଭଟ ନିକଟରେ କାର ଉପରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା।

ପୋଲିସ ଅଭିଯୁକ୍ତଙ୍କଠାରୁ ୭୯ କିଲୋଗ୍ରାମର ଗଞ୍ଜେଇ, ଏକ ମୋବାଇଲ ଫୋନ, ୨୩୦ ନଗଧ ଟଙ୍କା, କାଗଜ ପତ୍ର ଜବତ କରିଛି। ଅଭିଯୁକ୍ତଙ୍କୁ କୋର୍ଟ ଫରୱାର୍ଡ କରାଯାଇଥଇବା ବେଳେ ଏହି ରାକେଟ୍‌ର ଚେର ପର୍ଯ୍ୟନ୍ତ ଯିବାପାଇଁ ତଦନ୍ତ କରାଯାଉଥିବା ଟାଉନ ଥାନା ଅଧିକାରି ବାଲେଶ୍ୱର ଗିଧି କହିଛନ୍ତି।

Comment