ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ସିଟି ଡିଷ୍ଟ୍ରିବ୍ୟୁସନ୍‌ ଡିଭିଜନ୍‌ ୨ ଅଧିନସ୍ଥ ଗୋଡ଼ିସାହି ଇଲେକ୍ଟ୍ରିକାଲ ସେକ୍‌ସନ୍‌ର କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ମହନ୍ତଙ୍କୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଗିରଫ କରିଛି। ମଙ୍ଗଳାବାଗ ମହ୍ଲାସାହିର ବିଜୟ କୁମାର ପାତ୍ରଙ୍କ ଶାଳୀ ଘରକୁ ସ୍ଥାୟୀ ବିଦ୍ୟୁତ୍‌ ସଂଯୋଗ ସହିତ ଏକ ଅସ୍ଥାୟୀ ସଂଯୋଗ ଯୋଗାଇ ଦେବା ପାଇଁ ସେ ଅଭିଯୋଗକାରୀଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ଏ ବିଷୟରେ ବିଜୟ କୁମାର ପାତ୍ର କଟକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପରେ ଶୁକ୍ରବାର ସକାଳେ ଭିଜିଲାନ୍ସ ଅଧିକାରୀ ସିଡିଏ ସେକ୍ଟର ୧୧ ପାଖରେ ଭବାନୀ ଲାଞ୍ଚ ନେବା ବେଳେ ଘଟଣାସ୍ଥଳରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ।

ଏହାପରେ ଭବାନୀଙ୍କ ଭଡ଼ା ଘର ଓ କେନ୍ଦୁଝର ବରିଆ ଥାନା ଅନ୍ତର୍ଗତ କଳିଙ୍ଗ ଗାଁରେ ଥିବା ପୈତୃକ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ।

ଅଭିଯୁକ୍ତଙ୍କ ବିରୋଧରେ କଟକ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ୍‌ ଧାରା ୭ ଅନୁଯାୟୀ ମାମଲା ରୁଜୁ ହେବା ସହ କୋର୍ଟଚାଲାଣ କରାଯାଇଛି।

Comment