ଓଡ଼ିଶାଲାଇଭ୍ ବ୍ୟୁରୋ

ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ଅଧିକାରୀ ଧରା ପଡ଼ିଛନ୍ତି। ଲାଞ୍ଚ ନେଉଥିବା ବେଳେ ଧରାପଡ଼ି ଗିରଫ ହୋଇଛନ୍ତି। ଠିକାଦାରଙ୍କଠାରୁ ଲାଞ୍ଚ ନେବା ବେଳେ ଗିରଫ ହୋଇଛନ୍ତି।

କେନ୍ଦୁଝର ସାହାରପଡ଼ା ବ୍ଲକ ଜେଇ ବିଭୂତି ଭୂଷଣ ପ୍ରଧାନ ଜଣେ ଠିକାଦାରଙ୍କଠାରୁ ବିଲ୍‌ କରାଇବାକୁ ୭ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଏହାସହ ଭିଜିଲାନ୍ସ ଉକ୍ତ ଜେଇଙ୍କୁ ଗିରଫ କରିଛନ୍ତି।

ଠିକାଦାର ଜଣକ ବିଲ୍‌ କରାଇବାକୁ କନିଷ୍ଟ ଯନ୍ତ୍ରୀ ପାଖକୁ ଯାଇଥିଲେ। ଜେଇ ଜଣକ ବିଲ୍‌ କରାଇବା ପାଇଁ ଟଙ୍କା ମାଗିଥିଲେ। ଏହାପରେ ଠିକାଦାର ଭିଜିଲାନ୍ସଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ଘଟଣାସ୍ଥଳରେ ଠିକାଦାରଙ୍କଠାରୁ ଟଙ୍କା ନେବା ବେଳେ ଉକ୍ତ ଜେଇଙ୍କୁ ଭିଜିଲାନ୍ସ ଗିରଫ କରିଛି।

LEAVE A REPLY

Please enter your comment!
Please enter your name here