ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରରେ ଏବେ ଚାଲିଥିବା କ୍ଷମତା ନାଟକ କଥା ଯଦି ଆପଣ ରୂପେଲି ପରଦାରେ ଦେଖିବାକୁ ଚାହୁଁଛନ୍ତି ତାହାଲେ ସିଂହାସନ ଫିଲ୍ମଟି ଦେଖିବା ଦରକାର। ସେତେବେଳର ଜଣାଶୁଣା ନିର୍ଦ୍ଦେଶକ ଜବର ପଟେଲ ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି। ଦେବେନ୍ଦ୍ର ଫଡ୍‌ନାଭିସ୍‌ଙ୍କ ଚକମା, ଅଜିତ ପାୱାରଙ୍କ ଖେଳ ଓ ଦଳମାନେ ପରସ୍ପରକୁ ଦୋଷ ଦେବା ଘଟଣା ଯେତିକି ରୋଚକ ସେତିକି ଘୃଣ୍ୟ ମଧ୍ୟ।

୧୯୭୯ରେ ନିର୍ମିତ ସିଂହାସନ ଫିଲ୍ମରେ ଏସବୁ କଥା ଅଛି। ଫିଲ୍ମର ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ଜଣେ ସାମ୍ବାଦିକ ଦିଗୁ ଟିପନିସ(ନିଲୁ ଫୁଲେ)। ସେ ଦେଖୁଛନ୍ତି ଚାରିଆଡ଼େ ହାହାକାର – ମରୁଡ଼ି, ବେକାରୀ ଓ ଦାରିଦ୍ର୍ୟ, ଯାହାକି ମହାରାଷ୍ଟ୍ରର ମେରୁଦଣ୍ଡକୁ ଭାଙ୍ଗିଦେଇଛି। ମୁଖ୍ୟମନ୍ତ୍ରୀ ସିନ୍ଧେଙ୍କର(ଅରୁଣ ସରନିକ) ଏସବୁ କଥାରେ ନିଘା ନାହିଁ।

ଦଳର ଅସନ୍ତୁଷ୍ଟ ନେତାମାନେ ତାଙ୍କ ବିରୋଧରେ ମେଳି ହୋଇଛନ୍ତି ବୋଲି ଯେତେବେଳେ ଫୋନ ଆସେ ସିନ୍ଧେ ବିବ୍ରତ ହୋଇପଡନ୍ତି। ତାଙ୍କୁ ବିରୋଧ କରୁଥିବା ନେତା ବିଶ୍ୱାସରାଓ ଦାବଢେ(ଶ୍ରୀରାମ ଲାଗୁ)ଙ୍କୁ ମୁକାବିଲା କରିବା ପାଇଁ ଯୋଜନା ଆରମ୍ଭ କରନ୍ତି।

Comment