ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ଵାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଥିଲେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କୋରାପୁଟରେ ଏହାର ପ୍ରଭାବ ପଡୁନି। ଆମ୍ବୁଲାନ୍ସ ଆସିବାକୁ ରାସ୍ତା ନଥିବାରୁ ପୁଣି ଜଣେ ଗର୍ଭବତୀ ଭାରାରେ ବୁହା ହୋଇ ମେଡିକାଲ ଯାଇଛନ୍ତି। ଏହି ଘଟଣା ହେଉଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଆମ୍ବାପଦର ଗାଁର।

ଆମ୍ବାପଦର ଗାଁର ଜଣେ ଗର୍ଭବତୀ ପ୍ରସବ ଯନ୍ତ୍ରଣାରେ ଗତ ଶନିବାର ଛଟପଟ ହୋଇଥିଲେ। ତାଙ୍କୁ ଦଶମନ୍ତପୁର ମେଡିକାଲ ଆଣିବା ପାଇଁ ପରିବାର ଲୋକ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ହେଲେ ଆମ୍ବାପଦର ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରି ନଥିଲା।

ଶେଷରେ ଗଆମବାସୀ ଏକ ଚୌକିରେ ଗର୍ଭବତୀଙ୍କୁ ବସାଇ ତ କିଲୋମଟିର ବୋହି ଆଣିଥିଲେ। ମାଣ୍ଡ୍ରା ଗାଁ ନିକଟରେ ପହଞ୍ଚିବା ପରେ ଆମ୍ବୁଲାନ୍ସ ଆସିଥିଲା। ଆମ୍ବୁଲାନ୍ସରେ ତାଙ୍କୁ ଦଶମନ୍ତପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ମେଡିକାଲରେ ମହିଳା ଜଣକର ଶିଶୁ ପୁତ୍ର ଜନ୍ମ ହୋଇଛି। ଉଭୟ ମା’ ଏବଂ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି।

ଗତ ନଭେମ୍ବର ୧୭ ତାରିଖରେ ମଧ୍ୟ ମାଲକାଗନିରିରେ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଥିଲା। କାଣ୍ଡିଗୁଡ଼ା ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସପାରି ନଥିଲା। ଶେଷରେ ମହିଳାଙ୍କୁ ଭାରାରେ ବୁହା ହୋଇ ମେଡିକାଲ ନିଆଯାଇଥିଲା।

Comment