ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ତତ୍ପର ହୋଇ ଉଠିଛି ଜିଲ୍ଲା ପ୍ରଶାସନ। ସଂକ୍ରମଣ ରୋକିବା ପାଇଁ ନିଆଯାଇଛି ବ୍ୟାପକ ପଦକ୍ଷେପ। ସାମାଜିକ ଦୂରତା ରକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ମଧ୍ୟ ଜାରି କରାଯାଇଛି।

ଜରୁରୀ ସାମଗ୍ରୀ ଦୋକାନ ସକାଳ ୭ଟାରୁ ଦିନ ୧୨ଟା ଯାଏଁ ଖୋଲା ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି ହୋଇଛି।

ଗ୍ରୋସରୀ, କ୍ଷୀର, ପରିବା, ଫଳ, ଆମିଷ ଦୋକାନ ଦିନ ୧୨ଟା ଯାଏଁ ଖୋଲା ରହିବ। ଏହାସହ କୋରିଅର୍‌, ଅନଲାଇନ୍‌ ଡେଲିଭରି ସେବା ଦିନ ୧୨ଟା ଯାଏଁ ଖୋଲା ରହିବ। ସେହିପରି ଇଲେକ୍ଟ୍ରି, ବହି, ଜେରକ୍ସ, କମ୍ପ୍ୟୁଟର, ମୋବାଇଲ ଦୋକାନ, ମୋବାଇଲ୍ ରିଚାର୍ଜ, କମନ ସର୍ଭିସ୍‌ ସେଣ୍ଟର, ସିମେଣ୍ଟ, ଲୁହାଛଡ଼, ଚିପ୍ସ, ଇଟା, ମାର୍ବଲ, ହାର୍ଡୱେର ଦୋକାନ, ସାର, ପଶୁ ଖାଦ୍ୟ, କୃଷି ଉପକରଣ ଦୋକାନ ସମେତ ଗ୍ୟାରେଜ ଦିନ ୨ଟା ଯାଏଁ ଖୋଲା ରହିବ।

ଔଷଧ ଦୋକାନ, ପାଥୋ ଲ୍ୟାବ, ଘରୋଇ କ୍ଲିନିକ, ପଶୁ ଡାକ୍ତରଖାନା, ପେଟ୍ରୋଲ ପମ୍ପ, ଏଲ୍‌ପିଜି ଗ୍ୟାସ୍‌, ଜାତୀୟ ରାଜପଥ କଡ଼ରେ ଥିବା ଗ୍ୟାରେଜ୍‌, ଟାୟାର ଦୋକାନ କଟକଣାମୁକ୍ତ ରହିଛି।

Comment