ଓଡ଼ିଶାଲାଇଭ୍ ବ୍ୟୁରୋ

ଦରମା ନଦେଲେ ଛୁଟିରେ ଯିବାକୁ ଦେଲେ ଧମକ।

ଜୟପୁର: ବକେୟା ଦରମା ଦାବିରେ ଜୟପୁରଠାରେ ଥିବା ସାଉଥ୍‌କୋ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜେଇ ଏବଂ ଏସ୍‌ଡିଓ ଘେରାଉ କରିଛନ୍ତି।  ୧୦ ପ୍ରଶିଶତ କମ ବିଦ୍ୟୁତ ବିଲ୍‌ ଆଦାୟ ହୋଇଥିବାରୁ ଦାୟିତ୍ୱରେ ଥିବା ଜେଇ ଓ ଏସ୍‌ଡିଓଙ୍କ ଅଗଷ୍ଟ ମାସର ଦରମା ବିଭାଗୀୟ ଅଧିକରୀମାନେ ବନ୍ଦ କରିଛନ୍ତି। ଏହାକୁ ବିରୋଧ କରି ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ସମସ୍ତ ସେକସନ ଓ ସବଡିଭିଜନାଲ ଅଫିସର ବିକ୍ଷୋଭ କରିଥିଲେ।

ରାଜ୍ୟର କାର୍ଯ୍ୟରତ ବିଦ୍ୟୁତ ବିଭାଗ କର୍ମଚାରୀମାନେ ନୂଆଁଖାଇ ପୂର୍ବରୁ ନିଜର ଦରମା ପାଇଥିବା ବେଳେ ସାଉଥକୋର ଜେଇ, ଏସଡିଓମାନେ ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏଣୁ ତୁରନ୍ତ ବକେୟା ଦରମା ନଦେଲେ ସମୂହ ଛୁଟିରେ ଯିବାକୁ ଧମକ ଦେଇଛନ୍ତି ଜେଇ ଏବଂ ଏସ୍‌ଡିଓ।

ଏଡି ୩ଟି ଡିଭିଜିନରେ ଶହେ ଏସ୍‌ଡିଓ ଓ ଜେଇ କାର୍ଯ୍ୟ କରୁଥିବା ବେଳେ ସେଥିମଧ୍ୟରୁ ୪୫ ଜଣ ଜେଇ ଓ ଏସଡିଓଙ୍କ ଦରମା ବନ୍ଦ ହୋଇଛି।

Comment