ଓଡ଼ିଶାଲାଇଭ୍‌ ବ୍ୟୁରୋ

OSSSCରେ ୮୦୬ ଫରେଷ୍ଟ ଗାର୍ଡ ପଦବୀ ପାଇଁ ନିଯୁକ୍ତି, ନଭେମ୍ଵର ୨୯ରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା।  

ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଅଧିନରେ ବିଭିନ୍ନ ଡିଭିଜନରେ ଖାଲି ପଡ଼ିଥିବା ୮୦୬ଟି ଚୁକ୍ତିଭିତ୍ତିକ ଫରେଷ୍ଟ ଗାର୍ଡ ପଦବୀ ପାଇଁ ନିଯୁକ୍ତି ପ୍ରକାଶ ପାଇଛି। ଏନେଇ OSSSCରେ ଅନଲାଇନ ଦରଖାସ୍ତ ଆହ୍ଵାନ କରାଯାଉଛି। ଇଚ୍ଛୁକ ପ୍ରାର୍ଥୀମାନେ ୨୯ ନଭେମ୍ଵରରୁ ୨୯ ଡିସେମ୍ଵର ପର୍ଯ୍ୟନ୍ତ ଆବେଦନ କରିପାରିବେ।

  • ଆବେଦନ ଆରମ୍ଭ ତାରିଖ – ୨୯.୧୧.୨୦୧୯
  • ଆବେଦନ କରିବାର ଶେଷ ତାରିଖ – ୨୯.୧୨.୨୦୧୯
  • ପଦବୀ ସଂଖ୍ୟା – ୮୦୬

ଏହି ପଦବୀର ଦରମା, ଶିକ୍ଷାଗତ ଓ ସାଧାରଣ ଯୋଗ୍ୟତା, ଦରଖାସ୍ତ ଆବେଦନ କରିବାର ପ୍ରଣାଳୀ ଓ ଅଧିକ ତଥ୍ୟ ଓ୍ଵେବସାଇଟ୍‌ www.osssc.gov.in ରେ ଉପଲବ୍ଧ ହେବ। ଇଚ୍ଛୁକ ପ୍ରାର୍ଥୀମାନେ ଓ୍ଵେବସାଇଟ ଖୋଲି ଦେଖିପାରିବେ।

LEAVE A REPLY

Please enter your comment!
Please enter your name here