ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନକୁ ଦିନ ପିଆଜ ଦାମ ଯେଉଁଭଳି ବଢ଼ିବାରେ ଲାଗିଛି ଓ ଖାଉଟିମାନେ ଯେପରି ହନ୍ତସନ୍ତ ହେଉଛନ୍ତି ତାହା ଏତେ ଶୀଘ୍ର ଶେଷ ହେବା ଦେଖାଯାଉ ନାହିଁ। ପିଆଜ ଆହୁରି ଦେଢ଼ ମାସ ପର୍ଯ୍ୟନ୍ତ କନ୍ଦାଇବ ଏହା ଜଳଜଳ ଦେଖାଯାଉଛି। ଅଭିଜ୍ଞ ମହଲର ସୂଚନା ଅନୁସାରେ ଜାନୁଆରୀ ୧୫ ତାରିଖ ବେଳକୁ ଗୁଜରାଟ ଓ ନାସିକରୁ ନୂଆ ଫସଲ ଆସିବା ଆରମ୍ଭ ହେବ। ନୂଆ ଅମଳ ପରେ ଯାଇ ଦର କମିବା ଆରମ୍ଭ କରିବ।

ପିଆଜ ବିକ୍ରୟ କରୁଥିବା ବେପାରୀଙ୍କ କହିବା ଅନୁଯାୟୀ ଆଲବର(ରାଜସ୍ଥାନ)ରେ ବି ପୁରୁଣା ପିଆଜ ଶେଷ ହେବା ଉପରେ। ଏଣୁ ସେଠାରୁ ବି ଆମଦାନୀ କମିବ। ଫଳରେ ପିଆଜ ଦର ଆହୁରି ବଢ଼ିପାରେ। ନାସିକ ଓ ଗୁଜରାଟରୁ ନୂଆ ପିଆଜ ଆସିବାକୁ ଯେହେତୁ ଆହୁରି ଦୁଇ ମାସ ସମୟ ଅଛି, ସେ ସମୟ ପର୍ଯ୍ୟନ୍ତ ଆମକୁ ଶହେ ଟଙ୍କାରେ ପିଆଜ କିଣିବାକୁ ହିଁ ପଡ଼ିବ।

ପିଆଜ ଦର ଅତ୍ୟଧିକ ହୋଇଥିବାରୁ ଲୋକେ ପିଆଜର ବ୍ୟବହାର କମେଇ ସାରିଲେଣି। ଗରିବ ଲୋକମାନଙ୍କ ପାଇଁ କିନ୍ତୁ ଏହା କଷ୍ଟକର ହୋଇପଡ଼ିଛି। ଏଣେ ପିଆଜ ଦର ବୃଦ୍ଧି ନେଇ ରାଜନୈତିକ ଦଳ ମାନଙ୍କ  ତରଫରୁ ସରକାରଙ୍କୁ ଟାର୍ଗେଟ କରାଯାଇଛି।

Comment