ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୋଟର ଯାନ ଆଇନ କୋହଳ ହେବାର ପ୍ରଥମ ଦିନରେ ହିଁ ଜୋରଦାର ହୋଇଛି ଟ୍ରାଫିକ ଧରପଗଡ଼। ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ ଆଦାୟ ହୋଇଛି ମୋଟା ଅଙ୍କର ଜରିମାନା। ଏହାସହ ଭୁବନେଶ୍ଵରରେ ନୂଆ କରି ଲାଗିଥିବା ଟିଭିଡିଏସ୍‌ରେ ମଧ୍ୟ ଚାଲାଣ କଟାଯାଇଛି। ଚାଲାଣ କଟାଯିବା ସହ ଉଲ୍ଲଘଂନକାରୀଙ୍କ ଘରକୁ ଚାଲାଣ ପଠା ଯାଇଥିବା ଜଣାପଡ଼ିଛି।

ଟିଭିଡିଏସ୍‌ ମାଧ୍ୟମରେ ୩୯ ଜଣ ନିୟମ ଉଲ୍ଲଘଂନକାରୀ ଚିହ୍ନଟ ହୋଇଛନ୍ତି। ଏହାସହ ଅନ୍ୟ ସ୍ଥାନମାନଙ୍କରେ ଲାଗିଥିବା ସିସିଟିଭି ମାଧ୍ୟମରେ ୫୯ ଜଣଙ୍କର ଚାଲାଣ କଟିଛି। ଏହି ନିୟମ ଉଲ୍ଲଘଂନକାରୀ ଘରକୁ ଚାଲାଣ ପଠାଯାଇଛି।

କ’ଣ ଏହି ଟିଭିଡିଏସ୍‌

ଟିଭିଡିଏସ୍‌ ହେଉଛି ଟ୍ରାଫିକ୍‌ ଭାଓଲେସନ୍‌ ଡିଟେକ୍ଟର ସିଷ୍ଟମ। ଏହା ଏଭଳି ଏକ ସିଷ୍ଟମ ଯାହା ନିୟମ ଉଲ୍ଲଘଂନ କରୁଥିବା ଲୋକଙ୍କ ଗାଡ଼ିକୁ ଆପେ ଆପେ ସ୍କାନ କରିଦେବ। ଯଦି କୌଣସି ଗାଡ଼ି ଚାଳକ ନାଲିବତୀ ସିଗନାଲ ଦେଇଥିବା ଅବସ୍ଥାରେ ଆଗକୁ ଚାଲିଯାଏ, ଜେବ୍ରା କ୍ରସିଂ ପାର୍‌ କରିଥାନ୍ତି କିମ୍ଵା ସ୍ପିଡ୍‌ରେ ଗାଡ଼ି ଚଲାନ୍ତି। ତେବେ ଏହି କ୍ୟାମେରା ଆପେ ଆପେ ଏହି ଗଡ଼ାର ଏକ ଫଟୋ ଉଠାଇ ସ୍କାନ କରିବା ସହ ଚାଲାଣ କାଟି ଦେବ। ଏହି ଟିଭିଡିଏସ୍‌କୁ ଭୁବନେଶ୍ଵର ସ୍ମାର୍ଟ ସିଟି ଲିମିଟେଡ ନିୟନ୍ତ୍ରଣ କରୁଛି।

Comment