ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ସବୁଠାରୁ ବଡ଼ କାର ନିର୍ମାତା କମ୍ପାନି ମାରୁତି ସୁଜୁକି ନୂଆବର୍ଷଠାରୁ କାର୍ଗୁଡ଼ିକର ଦାମ୍ ବଢ଼ାଇବାକୁ ଘୋଷଣା କରିଛି। ଗତ ଏକ ବର୍ଷ ମଧ୍ୟରେ କଞ୍ଚାମାଲ୍ ଦରରେ ବୃଦ୍ଧି ଲାଗି ରହିଥିବାରୁ କମ୍ପାନି ବାଧ୍ୟ ହୋଇ ଗାଡ଼ି ମୂଲ୍ୟ ବଢ଼ାଇବା କୁହାଯାଇଛି। ତେବେ ଗାଡ଼ିର ମୂଲ୍ୟ କେତେ ପ୍ରତିଶତ ବଢ଼ିବ ସେନେଇ କୌଣସି ଓଊଛନା ଦିଆଯାଇନାହିଁ।
ସେୟାର ବଜାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(ବିଏସ୍ଇ) ଏବଂ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ(ଏନ୍ଏସ୍ଇ)କୁ ଏନେଇ ମାରୁତି ସୁଜୁକି କମ୍ପାନି ସୂଚନା ଦେଇଛି। ବିଭିନ୍ନ ମଡେଲ୍ର ଗାଡ଼ିର ଦର ଅଲଗା ଅଲଗା ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।
କମ୍ପାନି ପକ୍ଷରୁ କୁହାଯାଇଛି, “କଞ୍ଚାମାଲ୍ର ଦର ବଢ଼ିବା କାରଣରୁ ଗତ ଏକ ବର୍ଷ ମଧ୍ୟରେ ଗାଡ଼ିର ମୂଲ୍ୟ ଉପରେ ବଡ଼ ପ୍ରଭାବ ପକାଇଛି। ଏଥଇପାଇଁ କମ୍ପାନି ବାଧ୍ୟ ହୋଇ ଗାଡ଼ିର ଦରକୁ ବଢ଼ାଇବା ପାଇଁ ଘୋଷଣା କରିଛି। ଆସନ୍ତା ଜାନୁଆରି ପହିଲାରୁ ମାରୁତି ସୁଜୁକି କମ୍ପାନିର ବିଭିନ୍ନ ଗାଡ଼ିର ମୂଲ୍ୟ ବଢ଼ାଇଦିଆଯିବ।”