ଓଡ଼ିଶାଲାଇଭ୍‌ ବ୍ୟୁରୋ 

ଶସ୍ତା ହେଲା ଭିଭୋର ଦୁଇଟି ସ୍ମାର୍ଟଫୋନ। ଚୀନ୍‌ ସ୍ମାର୍ଟଫୋନ ନିର୍ମାତା କମ୍ପାନି ଭିଭୋ Vivo V15 Pro ଏବଂ Vivo S1 ସ୍ମାର୍ଟଫୋନ ଉପରେ ଭାରି ମାତ୍ରାରେ ରିହାତି ଦିଆଯାଉଛି। Vivo S1 ସ୍ମାର୍ଟଫୋନ ଉପରେ ୨ ହଜାର ଟଙ୍କା ଯାଏଁ ରିହାତି ମିଳୁଥିବା ବେଳେ Vivo V15 Pro ଉପରେ ୪ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଦିଆଯାଉଛି।

ଇ-କମର୍ସ ସାଇଟ୍‌ ଫ୍ଲିପ୍‌କାର୍ଟ ଏବଂ ଆମାଜନ୍‌ରେ ଗ୍ରାହକ ନୂଆ ଦାମ୍‌ରେ ଏହି ସ୍ମାର୍ଟଫୋନ ପାଇପାରିବେ। ସେହିପରି ଭିଭୋ ଅନ୍‌ଲାଇନ୍‌ ଷ୍ଟୋରରୁ ମଧ୍ୟରୁ ଗ୍ରାହକ ଏହଇ ସ୍ମାର୍ଟଫୋନକୁ ରିହାତିରେ ମିଳିବ।

V15 Pro ସ୍ମାର୍ଟଫୋନ୍‌ର ୬ଜିବି ରାମ୍‌ ଏବଂ ୧୨୮ ଜିବି ରୋମ୍‌ ବିଶିଷ୍ଟ ଭାରିଏଣ୍ଟ ପୂର୍ବରୁ ୨୩,୯୯୦ ଟଙ୍କାରେ ମିଳୁଥିଲା। ବର୍ତ୍ତମାନ ଏଥିରେ ୪ ହଜାର ଟଙ୍କା ଛାଡ଼ କରାଯାଇ ୧୯,୯୯୦ ଟଙ୍କାରେ ଦିଆଯାଉଛି। ହେଲେ ୮ଜିବି ରାମ୍‌ ଏବଂ ୧୨୮ ଜିବି ରୋମ୍‌ ବିଶିଷ୍ଟ ଭାରିଏଣ୍ଟରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଏହା ୨୬,୯୯୦ ଟଙ୍କାରେ ମିଳୁଛି।

V15 Pro ସ୍ମାର୍ଟଫୋନ୍‌ରେ ସ୍ନାପଡ୍ରାଗନ ୬୭୫ ପ୍ରେସେସର, ଇନ୍‌ ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ଡିସ୍‌ପ୍ଲେ, ୩୨ ମେଗାପିକ୍ସେଲର ପପ୍‌ ଅପ୍‌ ସେଲ୍‌ଫି କ୍ୟାମେରା ଏବଂ ୪୮ ମେଗାପିକ୍ସେଲର ରିୟର କ୍ୟାମେରା ଦିଆଯାଉଛି।

ଅନ୍ୟପକ୍ଷରେ Vivo S1 ସ୍ମାର୍ଟଫୋନର ୪ଜିବି ରାମ୍‌ ଏବଂ ୧୨୮ ଜିବି ରୋମ୍‌ ଭାରିଏଣ୍ଟର ମୂଲ୍ୟ ପୂର୍ବରୁ ୧୭,୯୯୦ ଟଙ୍କା ଥିଲା, ଯାହା ବର୍ତ୍ତମାନ ୧୫,୯୯୦ଟଙ୍କାରେ ମିଳୁଛି। ସେହିପରି ୪ ଜିବି ରାମ୍‌ ଏବଂ ୧୨୮ ଜିବି ଭାରିଏଣ୍ଟର ମୂଲ୍ୟ ୧୯,୯୯୦ ପରିବର୍ତ୍ତେ ୧୭,୯୯୦ ଟଙ୍କା ହୋଇଯାଇଛି। ଅର୍ଥାତ୍‌ ଦୁଇଟି ଯାକ ଭାରିଏଣ୍ଟର ମୂଲ୍ୟ ଉପରେ ୨ ହଜାର ଟଙ୍କା ଲେଖାଏଁ ରିହାତି ଦିଆଯାଇଛି।

Vivo S1 ସ୍ମାର୍ଟଫୋନ୍‌ରେ ମିଡିଆ ଟେକ୍‌ ହେଲିଓ ପି ୬୫ ପ୍ରେସେସର, ଇନ୍‌ ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ଡିସ୍‌ପ୍ଲେ, ୩୨ ମେଗାପିକ୍ସେଲର ସେଲ୍‌ଫି କ୍ୟାମେରା ଏବଂ ୪,୫୦୦ ଏମ୍‌ଏଏଚ୍‌ ବ୍ୟାଟେରୀ ଦିଆଯାଉଛି।

Comment