ଓଡ଼ିଶାଲାଇଭ୍ ବ୍ୟୁରୋ

ଚାଇନିଜ୍ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନି ଭିଭୋ ଭାରତରେ ନିଜର ନୂଆ ଫୋନ୍ ଲଞ୍ଚ୍ କରିବାକୁ ଯାଉଛି। ଏହି ଫୋନ୍‌ର ନାଁ ରହିଛି Vivo V20 Pro। ଏହାକୁ ଆସନ୍ତା ଡିସେମ୍ବର ୨ ତାରିଖରେ ଲଞ୍ଚ୍ କରାଯିବ ବୋଲି ଜଣାପଡ଼ିଛି। ସବୁଠୁ ଖାସ୍ କଥା ହେଉଛି ଏହି ଫୋନ୍‌ରେ ୟୁଜରଙ୍କୁ ଡୁଆଲ ସେଲ୍ଫି କ୍ୟାମେରା ମିଳିବ। ଏହାଛଡ଼ା ୫ଜି ସପୋର୍ଟ ସମେତ ଆହୁରି ଅନେକ ଆକର୍ଷଣୀୟ ଫିଚର ଉପଲବ୍ଧ ହେବ ବୋଲି କୁହାଯାଉଛି।

Vivo V20 Proକୁ ନେଇ କମ୍ପାନି ପକ୍ଷରୁ ଏକ ଟିଜର ଜାରି ହୋଇଛି। ଏହା ସବୁଠୁ ପତଳା ୫ଜି ଫୋନ୍ ହେବ ବୋଲି କମ୍ପାନି କହିଛି।ଫିଚର ଓ ଦାମ୍

Vivo V20 Pro ଫୋନ୍‌ ଆଣ୍ଡ୍ରଏଡ୍ ୧୦ ଆଧାରିତ ଫନ୍‌ଟଚ୍ ଓଏସ୍ ୧୧ରେ ଚାଲିବ। ଏଥିରେ ୬.୪୪ ଇଞ୍ଚ୍‌ର ଫୁଲ୍ ଏଚ୍‌ଡି ପ୍ଲସ୍ (୧,୦୮୦x୨,୪୦୦) AMOLED ଡିସ୍‌ପ୍ଲେ ରହିବ। ଏହି ଫୋନ୍‌ରେ ଅକ୍ଟାକୋର୍ କ୍ଵାଲକମ୍ ସ୍ନାପଡ୍ରାଗନ୍ ୭୬୫ଜି ପ୍ରୋସେସର ଦିଆଯିବ।

ଗତ ମାସରେ ଲଞ୍ଚ୍ ହୋଇଥିବା Vivo V20 ଏବେ ୨୪,୯୯୦ ଟଙ୍କାରେ ଉପଲବ୍ଧ ହେଉଛି। ତେଣୁ Vivo V20 Pro 5G ୨୫,୦୦୦ ଟଙ୍କା ଭିତରେ ବିକ୍ରି ହେବ ବୋଲି ଅନୁମାନ କରାଯାଉଛି।

ଷ୍ଟୋରେଜ୍

Vivo V20 Proରେ ୮ଜିବି ରାମ୍ ଓ ୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ୍ ମିଳିବ।କ୍ୟାମେରା

Vivo V20 Proରେ ଦମ୍‌ଦାର୍ କ୍ୟାମେରା ସେଟ୍‌ଅପ୍ ଦିଆଯିବ ବୋଲି କୁହାଯାଉଛି। ଏଥିରେ ଟ୍ରିପଲ ରିୟର କ୍ୟାମେରା ମିଳିବ। ଫୋନ୍‌ରେ ୬୪ ମେଗାପିକ୍ସେଲର ପ୍ରାଇମେରି କ୍ୟାମେରା, ୮ ମେଗାପିକ୍ସେଲର ଅଲ୍‌ଟ୍ରା ଓ୍ଵାଇଡ୍ କ୍ୟାମେରା ଓ ୨ ମେଗାପିକ୍ସେଲର ମନୋକ୍ରୋମ୍ ସେନ୍ସର ରହିବ।

ରିୟର କ୍ୟାମେରା ସେଟ୍‌ଅପ୍‌ରେ ସୁପର ନାଇଟ୍ ମୋଡ୍, ମୋସନ ଅଟୋଫୋକସ୍, ଆଇଫେସ୍‌ବଡି ଅଟୋଫୋକସ୍, ଅବ୍‌ଜେକ୍ଟ ଅଟୋଫୋକସ୍ ଓ ଡବଲ ଏକ୍ସପୋଜର ପରି ଫିଚର ଉପଲବ୍ଧ ହେବ।ସବୁଠୁ ଖାସ୍ କଥା ହେଉଛି ଏହି ଫୋନ୍‌ରେ ଡୁଆଲ ସେଲ୍ଫି କ୍ୟାମେରା ରହିବ। ପ୍ରଥମ କ୍ୟାମେରାଟି ୪୪ ମେଗାପିକ୍ସେଲର ହୋଇଥିବା ବେଳେ ଦ୍ଵିତୀୟ କ୍ୟାମେରାଟି ୮ ମେଗାପିକ୍ସେଲ ବିଶିଷ୍ଟ ହେବ।

Vivo V20 Proର ସେଲ୍ଫି କ୍ୟାମେରା ଡୁଆଲ ଭ୍ୟୁ ଭିଡିଓ, ସ୍ଲୋ ମୋସନ ସେଲ୍ଫି ଭିଡିଓ, ଷ୍ଟେଡିଫେସ୍ ସେଲ୍ଫି ଭିଡିଓ ଓ ମଲ୍ଟି ଷ୍ଟାଇଲ୍ ପୋଟ୍ରେଟ ଆଦି ଫିଚରକୁ ସପୋର୍ଟ କରିବ।

ବ୍ୟାଟେରି ଓ କନେକ୍ଟିଭିଟି

Vivo V20 Proରେ ୪,୦୦୦ mAhର ବ୍ୟାଟେରି ମିଳିବ। ଏହା ସହିତ ୩୩ ଓ୍ଵାଟ୍‌ର ଫାଷ୍ଟ ଚାର୍ଜିଂ ସପୋର୍ଟ ଦିଆଯିବ। ଏହାଛଡ଼ା ଇନ୍-ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ବି ରହିବ। ସେହିପରି କନେକ୍ଟିଭିଟି ପାଇଁ ଏଥିରେ ୫ଜି, ୪ଜି ଏଲ୍‌ଟିଇ, ଓ୍ଵାଇ-ଫାଇ, ବ୍ଲୁଟୁଥ୍, ଜିପିଏସ୍/ଏ-ଜିପିଏସ୍ ଓ ୟୁଏସ୍‌ବି ଟାଇପ୍-ସି ପୋର୍ଟ ସୁବିଧା ମିଳିବ।

Comment