ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ପାଇଁ ଚଳିତବର୍ଷ ଆଇପିଏଲ୍ ଦୁବାଇରେ ଅନୁଷ୍ଠିତ ହେବ। ଅନ୍ୟପଟେ ଏଥର ଭିଭୋକୁ ଛାଡ଼ି ଡ୍ରିମ୍ ୧୧ ଆଇପିଏଲ୍ ହାତ ଧରିଛି। ଆଇପିଏଲର ମୁଖ୍ୟ ପ୍ରାୟୋଜକ ଭାବେ ଡ୍ରିମ୍ ୧୧ କୁ ଏଥର ଅନୁମତି ମିଳିଛି।

ତେବେ ୨୦୦୮ ରୁ ୨୦୨୦ ମଧ୍ୟରେ ୪ଟି ମୁଖ୍ୟ ପ୍ରାୟୋଜକ ଆଇପିଏଲ୍ ସହ ଯୋଡ଼ି ହୋଇଛନ୍ତି। ଏହା ମଧ୍ୟରେ ଡିଏଲ୍ଏଫଠାରୁ ଆରମ୍ଭ କରି ଡ୍ରିମ୍ ୧୧ ରହିଛନ୍ତି।

ଆସନ୍ତୁ ଜାଣିବା କେଉଁ କେଉଁ କମ୍ପାନୀ ଥିଲେ ଆଇପିଏଲ୍ ପ୍ରାୟୋଜକ

ଡିଏଲଏଫ

୨୦୦୮ରୁ ୨୦୧୨ ପାଞ୍ଚ ବର୍ଷ ପାଇଁ ଡିଏଲଏଫ ଆଇପିଏଲ୍ ମୁଖ୍ୟ ପ୍ରାୟୋଜକ ରହିଥିଲା। ଏଥିପାଇଁ ବାର୍ଷିକ ୪୦ କୋଟି ହିସାବରେ ୨୦୦ କୋଟି ଟଙ୍କା ଦେଇଥିଲା ଡିଏଲଏଫ।

ପେପ୍ସି

ଡିଏଲଏଫ୍ ପରେ ୨୦୧୩ରୁ ୨୦୧୫ ମସିହା ପର୍ଯ୍ୟନ୍ତ ତିନି ବର୍ଷ ପାଇଁ ମୃଦୁପାନୀୟ କମ୍ପାନି ପେପ୍ସି ଆଇପିଏଲ୍ ମୁଖ୍ୟ ପ୍ରାୟୋଜକ ରହିଥିଲା। ଏଥିପାଇଁ ପେପ୍ସି ବିସିସିଆଇକୁ ବାର୍ଷିକ ୭୯ କୋଟି ହିସାବରେ ୧୬୮ କୋଟି ଟଙ୍କା ଦେଇଥିଲା।ଭିଭୋ

ପେପ୍ସି ପରେ ଆଇପିଏଲରେ ସାମିଲ ହୋଇଥିଲା ଚୀନ୍ ମୋବାଇଲ୍ କମ୍ପାନି ଭିଭୋ। ୨୦୧୬-୨୦୧୭ ଦୁଇ ବର୍ଷ ପାଇଁ ଭିଭୋ ଆଇପିଏଲ୍ ଟାଇଟଲ୍ ମୁଖ୍ୟ ପ୍ରାୟୋଜକ ରହିଥିଲା। ଏଥିପାଇଁ ବାର୍ଷିକ ୧୦୦ କୋଟି ହିସାବରେ ୨୦୦ କୋଟି ଟଙ୍କା ଦେଇଥିଲା ଭିଭୋ। ପୁଣିଥରେ ୨୦୧୮ରୁ ୨୦୨୨ ପାଞ୍ଚ ବର୍ଷ ପାଇଁ ବାର୍ଷିକ ୪୩୯ କୋଟି ହିସାବରେ ଭିଭୋକୁ ଆଇପିଏଲ୍ ଟାଇଟଲ୍ର ମୁଖ୍ୟ ପ୍ରାୟୋଜକ ଟେଣ୍ଡର ମିଳିଥିଲା। ମାତ୍ର ବର୍ତ୍ତମାନ ସମୟରେ ଭାରତ ଏବଂ ଚୀନ୍ ମଧ୍ୟରେ ଲାଗିରହିଥିବା ସୀମା ବିବାଦ ପାଇଁ ଦେଶରେ ଚାଇନିଜ୍ ସାମଗ୍ରୀକୁ ବୟକଟ୍ କରାଯାଇଛି। ଯାହାପାଇଁ ଚଳିତ ବର୍ଷ ‘ଭିଭୋ’କୁ ଆଇପିଏଲ ମୁଖ୍ୟ ପ୍ରାୟୋଜକରୁ ବାଦ୍ ଦିଆଯାଇଛି।

ଡ୍ରିମ୍-୧୧

ଚଳିତ ବର୍ଷ ଡ୍ରିମ୍-୧୧କୁ ଆଇପିଏଲ୍ ମୁଖ୍ୟ ପ୍ରାୟୋଜକ ଟେଣ୍ଡର ମିଳିଛି। ବାର୍ଷିକ ୨୨୨ କୋଟି ଟଙ୍କା ହିସାବରେ ବିସିସିଆଇ ଏହି ଟେଣ୍ଡରକୁ ଅନୁମତି ଦେଇଛି।

Comment