ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ମାର୍ଟଫୋନ୍ ନିର୍ମାତା କମ୍ପାନି ଭିଭୋ ଖୁବଶୀଘ୍ର ଏକ ଶସ୍ତା ୫ଜି ଫୋନ୍ ଆଣିବାକୁ ଯାଉଛି। କୁହାଯାଉଛି ଯେ ଏହି ଫୋନ୍‌ରେ ଟ୍ରିପଲ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ଏଥିସହ ଆହୁରି ଅନେକ ଆକର୍ଷଣୀୟ ଫିଚର ଉପଲବ୍ଧ ଅଛି। ତେବେ ଆସନ୍ତୁ ଜାଣିବା ଏହି ଫୋନ୍ ବିଷୟରେ…

ଏହି ଫୋନ୍‌ ବିଷୟରେ କମ୍ପାନି ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। କିନ୍ତୁ କୁହାଯାଉଛି ଯେ ଅନ୍ୟ ୫ଜି ସ୍ମାର୍ଟଫୋନ୍ ତୁଳନାରେ ଏହାର ଦାମ୍ କମ୍ ରହିବ। ଏମିତିକି ଏହି ଫୋନ୍‌ ୪୦ ହଜାର ଟଙ୍କା ଭିତରେ ଉପଲବ୍ଧ ହେବ ବୋଲି କୁହାଯାଉଛି।

ଫିଚର

ଭିଭୋର ଏହି ୫ଜି ଫୋନ୍‌ରେ ୬.୪ ଇଞ୍ଚ୍‌ର ଫୁଲ ଏଚ୍‌ଡି ପ୍ଲସ୍ ଆମୋଲେଡ୍ ଡିସ୍‌ପ୍ଲେ ଦିଆଯିବ। ଫୋନ୍‌ର ସ୍କ୍ରିନ୍ ରିଜୋଲ୍ୟୁସନ ୧୦୮୦x୨୪୦୦ ପିକ୍ସେଲର ହୋଇପାରେ। ଏହା ଆଣ୍ଡ୍ରଏଡ୍ ୧୦ରେ ମିଳିବ।କ୍ୟାମେରା

ଫଟୋଗ୍ରାଫି ପାଇଁ ଏଥିରେ ଟ୍ରିପଲ ରିୟର କ୍ୟାମେରା ସେଟ୍‌ଅପ୍ ମିଳିବ। ୬୪ MPର ପ୍ରାଇମେରି କ୍ୟାମେରା, ୮ MPର ଓ୍ଵାଇଡ୍ ଲେନ୍ସ କ୍ୟାମେରା ଓ ୨ MPର ଡେପ୍‌ଥ ସେନ୍ସର କ୍ୟାମେରା ମିଳିବ। ସେଲ୍ଫି ପାଇଁ ଏଥିରେ ୩୨ MPର ଫ୍ରଣ୍ଟ କ୍ୟାମେରା ମିଳିପାରେ।

ବ୍ୟାଟେରି

ଏହି ଫୋନ୍‌ରେ ୪,୦୨୦mAhର ବ୍ୟାଟେରି ମିଳିପାରେ। ଏଥିସହ ଫାଷ୍ଟ ଚାର୍ଜିଂ ସପୋର୍ଟ ମଧ୍ୟ ମିଳିବ। ଏଥିରେ ଗ୍ରାଭିଟି ସେନ୍ସର, ପ୍ରକ୍ସିମିଟି ସେନ୍ସର, ଇନ୍‌ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ପରି ଅନେକ ଦମ୍‌ଦାର୍ ଫିଚର ମିଳିବ ବୋଲି ଆଶା କରାଯାଉଛି।

Comment