ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୁରଭଞ୍ଜ ଅଧ୍ୟାପିକାଙ୍କ ଆତ୍ମହତ୍ୟା ମାମଲାର ଅନୁଧ୍ୟାନ ପାଇଁ ପୂର୍ବାଞ୍ଚଳ ଆଇଜି ଦିପ୍ତେଶ ପଟ୍ଟନାୟକ ବୁଧବାର ମୟୁରଭଞ୍ଜ ଜିଲ୍ଲା ଗସ୍ତ କରିଛନ୍ତି। ଏହି ଅବସରରେ ଆଇଜି ପୀଡ଼ିତାଙ୍କ ପରିବାରକୁ ଭେଟି ଆଲୋଚନା କରିବା ସହିତ ସମବେଦନା ଜଣାଇଥିଲେ।

ଏହି ମାମଲାକୁ ଫାଷ୍ଟ ଟ୍ରାକ କୋର୍ଟରେ ବିଚାର ପାଇଁ ସରକାରଙ୍କୁ ଆବେଦନ କରାଯିବା। ଏହା ସହିତ ଚାର୍ଜସିଟ ଦାଖଲ ପରେ ତୁରନ୍ତ ବିଚାର ପାଇଁ ପଦକ୍ଷେପ ନିଆଯିବ ବୋଲି ଆଇଜି ଦିପ୍ତେଶ ପଟ୍ଟନାୟକ କହିଛନ୍ତି।

ଅନ୍ୟପକ୍ଷରେ ଦାୟିତ୍ୱରେ ଅବହେଳା ପାଇଁ ନିଲମ୍ବିତ ଝାରପୋଖରିଆ ଥାନା ଅଧିକାରୀ ଶରତ ମହାଳିକ ଏବଂ ତଦନ୍ତ ଅଧିକାରୀ ପ୍ରଶାନ୍ତ ସ୍ୱାଇଁଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୀଡ଼ିତାଙ୍କ ପରିବାରକୁ ଆଇଜି ପ୍ରତିଶ୍ରୁତି ଦେଇଛନ୍ତି।

Comment