ଓଡ଼ିଶାଲାଇଭ୍‌ ବ୍ୟୁରୋ

ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ(ଆଇଆଇଏମ୍‍ସି)ରେ ଶୁକ୍ରବାର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ମୋଟ ୨୦ ୟୁନିଟ୍‍ ରକ୍ତ ସଂଗୃହିତ ହୋଇଛି। ସଂସ୍ଥାନର ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ ଓ କର୍ମଚାରୀମାନେ ସ୍ୱେଚ୍ଛାକୃତଭାବେ ରକ୍ତଦାନ କରିଛନ୍ତି।

ଢେଙ୍କାନାଳ ବ୍ଲଡ୍‍ ବ୍ୟାଙ୍କ ତତ୍ତ୍ୱାବଧାନରେ ହୋଇଥିବା ଏହି ରକ୍ତଦାନ ଶିବିରରେ ଡାକ୍ତର ପ୍ରମୋଦ କୁମାର ମହାଳିକ, ଡାକ୍ତର ପ୍ରେମାନନ୍ଦ ସାହୁ, ଟେକ୍ନିସିଆନ୍‍ କରୁଣାନନ୍ଦ ପଣ୍ଡା, ମାଳତିଲତା ନାୟକ ଓ ଆଟେଣ୍ଡାଣ୍ଟ ଅଜୟ କୁମାର ସ୍ୱାଇଁ ଓ ପିଣ୍ଟୁ ନାୟକ ସହଯୋଗ କରିଥିଲେ ।

ପରେ ସମସ୍ତ ରକ୍ତଦାତାଙ୍କୁ ଗୋଟିଏ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

Comment