ଓଡ଼ିଶାଲାଇଭ୍ ବ୍ୟୁରୋ

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପୋତାନଈ ପଞ୍ଚାୟତର ଦାର୍ଦ୍ଦିଆ ପୋତାନଈ ହାଇସ୍କୁଲ ପାଳିବ ସୁବର୍ଣ୍ଣ ଜୟନ୍ତୀ ସମାରୋହ। ୨୦୨୦ ଏପ୍ରିଲ ମାସରେ ଏହି ସମାରୋହ ଆୟୋଜନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଆଡ଼ମ୍ବରପୂର୍ଣ୍ଣ ଭାବେ କେମିତି ଏହି ସମାରୋହ ଆୟୋଜନ କରାଯିବ ତାକୁ ନେଇ ଆଜି ଦ୍ୱିତୀୟ ପ୍ରସ୍ତୁତି ବୈଠକ ବସିଥିଲା।

ଏହି ବୈଠକରେ କିଛି ପୂରାତନ ଛାତ୍ରମାନେ ଯୋଗ ଦେଇଥିଲେ। ସୁବର୍ଣ୍ଣ ଜୟନ୍ତୀ ସମାରୋହ ପୂର୍ବରୁ ସ୍କୁଲର ବିଭିନ୍ନ ଆନୁସଙ୍ଗିକ କାର୍ଯ୍ୟ ଶେଷ କରିବା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଏହାସହ ସମାରୋହ ପାଇଁ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଉପରେ ଆଲୋଚନା ହୋଇଥିଲା।

ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଇଁ ପୂରାତନ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ କମିଟି ଗଠନ କରାଯିବ। ଡିସେମ୍ବର ୨୨ରେ ହେବାକୁ ଥିବା ପରବର୍ତ୍ତି ବୈଠକରେ କମିଟି ଗଠନ କରାଯିବ।

ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି। ଏହାସହ ଶିକ୍ଷକ ଏବଂ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି। ୧୯୬୪ ମସିହାରେ ଏହି ସ୍କୁଲ ପ୍ରତିଷ୍ଠା ହୋଇଥିଲା। ଏହି ସ୍କୁଲରେ ପାଠ ପଢ଼ି ବହୁ ଛାତ୍ରଛାତ୍ରୀ ଦେଶର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ହୋଇପାରିଛନ୍ତି।

Comment