ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁର: ଜୟପୁର ନଗର କଂଗ୍ରେସ ପକ୍ଷରୁ ଦର ଦାମ ବୃଦ୍ଧି ପ୍ରତିବାଦରେ ସୋମବାର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ନଗର ସଭାପତି ନରେନ୍ଦ୍ର ମହାନ୍ତିଙ୍କ ନେୃତ୍ୱରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତିଙ୍କ ଉପସ୍ଥିତିରେ ଜିଲ୍ଲା କଂଗ୍ରେସ ଭବନଠାରୁ ଶୋଭାଯାତ୍ରା ବାହାରି ଉପ-ଜିଲ୍ଲାପାଳଙ୍କ କାଯ୍ୟଳୟ ଘେରାଉ କରାଯାଇଥିଲା। ଜିଲାପାଳଙ୍କ ଉଦ୍ଦେଶ୍ୟରେ ଡେପୁଟି କେଲକ୍ଟର ରାଜେନ୍ଦ୍ର ଖରାଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା।

ଜୟପୁରରେ ବର୍ତ୍ତମାନ ପିଆଜ କିଲୋ ୨୦୦ ଟଙ୍କା, ପନିପରିବା ଆକାଶ ଛୁଆଁ ଦର, ଆଳୁ କିଲୋ  ୮୦ଟଙ୍କା ଥିବା ବେଳେ ଗରିବ ଶ୍ରେଣୀର ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର କାହିଁକି ଚୁପ୍‌ ବସିଛନ୍ତି ବୋଲି ପ୍ରଶ୍ନ କରିଥିଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନିପତି।

ଏନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଦର ଦାମ ନିୟନ୍ତ୍ରଣ, କଳାବଜାରି ଉପରେ ରୋକ୍‌, ଜମି ସର୍ଭେରେ ଟେକେନଧାରୀଙ୍କୁ ପଟ୍ଟା ଦିଆଯିବାକୁ କଂଗ୍ରେସ ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଛି। ଏହି ଅବସରରେ ନିହାର ବିଷୋଇ, ଗଙ୍ଗା ସାହୁ, ମହିଳା କଂଗ୍ରସ ସଭାନେତ୍ରୀ ନଳିନୀ ରଥ, ଦୁର୍ଗା ଶର୍ମା, ରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comment