ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଖୋଲିବ ଆଉ ୪ଟି ନୂଆ ଫ୍ୟାମିଲି କୋର୍ଟ। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା। ଅନୁଗୁଳ, ରାୟଗଡ଼ା, ବୌଦ୍ଧ ଏବଂ ଜଗତ୍‌ସିଂହପୁରରେ ଏହି କୋର୍ଟ ଖୋଲାଯିବ। ଚଳିତ ଆର୍ଥିକ ବର୍ଷରେ ଏହି କୋର୍ଟ କାର୍ଯ୍ୟକ୍ଷମ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ରାଜ୍ୟରେ ଏବେ ପରିବାରକୁ ନେଇ ବିବାଦ ଦେଖାଦେଉଛି। ସ୍ୱାମୀ, ସ୍ତ୍ରୀଙ୍କ ଭିତରେ ମତାନ୍ତର ମନାନ୍ତର ମଧ୍ୟ ଦେଖିବାକୁ ମିଳୁଛି। ଏସବୁ ବିବାଦ ଶୀଘ୍ର ସମାଧାନ କରିବା ପାଇଁ ଆଉ ୪ଟି ଫ୍ୟାମିଲି କୋର୍ଟ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

Comment